କୃଷକ ଭାଇରେ କୃଷକ ଭାଇ
ତୋପରି ଆଉ କେହିତ ନାହିଁ
ଦାନା ଦେଇ ଆମ ଜୀବନ ବଞ୍ଚାଉ
ବାରମାସେ କେତେ ଖାଦ୍ୟତୁ ଦେଉ ।
ଖରା,ବର୍ଷା,ଶୀତକୁ ନ ଭୟ କରି
ଜମିକୁ ଯାଉତୁ ଫସଲ କରି
କେତେ କଷ୍ଟ ସହି ଥାଉରେ ତୁହି
ଆମ ପାଇଁ ତୁ ପରାରେ ଭାଇ ।
ଜମିରେ କେତେ ତୁ ଫସଲ କରୁ
ସାରଖତ ଦେଇ ଗଛ ବଢାଉ
ଜମିକୁ ତୁ କେତେ ଯତ୍ନରେ ରଖୁ
ତାକୁ ନିଜ ଜୀବନ ପରିତୁ ଦେଖୁ ।-
30 MAY 2020 AT 22:52
1 JUN 2020 AT 20:29
ପରଜାପତିରେ ପରଜାପତି
କେତେ ଚିତ୍ରଯେ ତୋ ଦେହରେ ଅଛି
ଉଡିଉଡି ବୁଲୁ ପରା ଗଗନେ
ଫୁଲରେ ବସୁତୁ ଆନନ୍ଦ ମନେ ।
ତୋର ରୂପ ପରା ଆଖିକୁ ଛୁଁଏ
ଯେତେ ଦେଖିଲେ ସେତେ ଇଚ୍ଛା ହୁଏ
ଗଢିଛି ଯେ ତୋତେ କୋଉ ବିଧାତା
ଲାଗୁଛୁ ସତେ ଯେମିତି ତୁ ପରୀଟା ।-