ଫିରି ଆଏସନ୍ ଦେଶ୍ ବିଦେଶ଼୍ନୁ
ମନାବାର୍ ଲାଗି ନୁଆଁଖାଇ ତିହାର୍,
ମାଁ କେନ୍ତା ମହନି ରଖିଛୁ ଇ ମାଟି
ତତେ ଆର୍ ତୋର୍ ମହିମା କେ ଜୁହାର୍
🙏ନୂଆଁଖାଇର୍ ଜୁହାର୍🙏-
କେମିତି ଅନୁଭବର ସଂଜ୍ଞାରେ
ତୁମେ ପ୍ରତିଫଳିତ ହେଉଥିବ
ମୁଁ ଜାଣିନି
କେମିତି ଭାବର ଆଧାରରେ
ତୁମେ ପରିସ୍ଫୁଟିତ ହେଉଥିବ
ମୁଁ ଜାଣିନି
ହେଲେ ଏକ ଅଜଣା ଆକାଶର ଶିଖରରେ
ଆଜି ମୋ ହୃଦୟର ସ୍ପନ୍ଦନ
ଯେମିତି କେଉଁ ଏକ ପ୍ରକାଶର ଅପେକ୍ଷାରେ ଅଛି
ଏକ ଅବୁଝା ଅନୁଭୂତିର ଅଗଣାରେ
ଆଜି ମୋ ଅନୁଭବର ସ୍ୱର
ଯେମିତି କେଉଁ ଏକ ଗୀତିର ପ୍ରତୀକ୍ଷାରେ ଅଛି
କେମିତି କଳ୍ପନାର ଚିତ୍ର ଏ
ଅବା ହୃଦୟର ସଂଜ୍ଞା
କେମିତି ଚିତ୍ରର ବାସ୍ନା ଏ
ଅବା କଳ୍ପନାରେ ସାମ୍ନା *-
ଯଦି ପ୍ରେମର ଚିତ୍ର କେବେ ଆଙ୍କିହୁଅନ୍ତା
ମୁଁ ଅଙ୍କିଚାଲନ୍ତି ତୁମକୁ।
ସେ ବାଦଲ ଉପରେ ଇନ୍ଦ୍ରଧନୁପରି,
ପାହାଡ ସେପାଖ କୁଳୁକୁଳୁ ଝରଣାପରି,
ମୁକ୍ତାକାଶରେ ରଙ୍ଗୀନ ପରଝାଡୁଥିବା ପକ୍ଷୀଟିପରି।
ଚିତ୍ରକରଟିଏ ନହେଲି ନାହିଁ,
ତୁମକୁ ଆଙ୍କିପରିବି ଶବ୍ଦରେ,
ସ୍ୱପ୍ନରେ,ପବନରେ ଓ ସବୁଜିମାରେ।
ତୂଳୀଧରି କାନଭାସରେ ନହେଲା ନାହିଁ,
ଆଙ୍କିପରିବି ମୋ ହୃଦୟର କଳାପଟାରେ।
ହେଲେ, ତୁମେ ଆସିବ ତ?
ମୋ ଚିତ୍ରର ମୂଲ୍ୟାଙ୍କନ କରିବାକୁ,
ମୋ ସଫଳତା କିମ୍ବା ବିଫଳତାକୁ ତର୍ଜମା କରିବାକୁ।
ପାଶ ଫେଲ ର ଦ୍ଵନ୍ଦରୁ ମୁକୁଳେଇବାକୁ।
ଆଉ ଆମ ସମ୍ପର୍କର
ଗୋଟିଏ ନୂଆ ନାମ ଦେବାକୁ?-
ବେଳେବେଳେ ଇଚ୍ଛା ହୁଏ
ଆଜି ଆଙ୍କି ଦିଅନ୍ତି କି
ଯାହା କିଛି ବି ଅଛି
ଏ ହୃଦୟର ଚାରିକାନ୍ଥ ଭିତରେ
ହେଲେ ସମୟର ଏ ନବାଗତ ରଙ୍ଗକୁ
ଛୁଇଁବାକୁ ବି ଦିଅନ୍ତନି
ପଢ଼ନ୍ତି ତ କେବଳ
ପୁରୁଣା କବିତାର ସେ କଳା ଧଳା ସ୍ୱପ୍ନକୁ
ବେଳେବେଳେ ବହୁତ କିଛି ଭାବେ
କେବେ ତ ଗୁଣୁଗୁଣୁ ବି ହେଇଯାଏ
ପୁରୁଣା କବିତାରେ ଲେଖାନାହିଁ ତ କ'ଣ ହେଲା!
ହୁଏତ ଭୁଲି ଯାଇଥିବେ
ତଥାପି ବି ଏ ମନ କ'ଣ ବୁଝେ"
ଫେରିବାକୁ ଚେଷ୍ଟା କରେ
ସେ ନୂଆ ଭାବନାକୁ
ଯେ ମୁଁ କେବେ ରଙ୍ଗ ତୂଳୀକୁ ଧରି ଦେଇନି ତ!-
_____________________◆___________________
ଆଲୋକବିହୀନ ନୀରବ ରଜନୀରେ ,
ସେ ଆସିଲା ମୋ ଠାରେ ଲୁଚି ଗୋପନରେ ।
ଅର୍ଦ୍ଧ ବିବସନ ରୂପ ନେଇ ମୁଁ,
ବସିଲି ଯାଇ ତା କୋଳ ଆସନରେ ।
ତୃଷ୍ଣା ଢ଼ାଳି ଦେଲା;ମୋର ଅସ୍ଥାୟୀ ବସ୍ତ୍ରରେ,
ମୁଁ ଓଠ ଚିପି ଦେଲି ତୀବ୍ର ଯନ୍ତ୍ରଣାରେ ।
ତୃପ୍ତ ହେଉନଥାଏ ସେ ଯେତେ ଚେଷ୍ଟା କଲେ,
ହିଂସ୍ର ଭାବ ତା'ର କହିଲେ ନସରେ ।
ଅନ୍ତର ଆତ୍ମା ମୋର କୋହଳି ଉଠିଲା ,
ପ୍ରସ୍ତ ପ୍ରସ୍ତ କରି ସେ ଖୋଲି ଚାଲିଲା ।
କେତେବେଳେ ଯେ ପୁଣି ସୂର୍ଯ୍ୟ ଊଇଁ ଗଲା,
ଜହ୍ନ ଯାଉ ଯାଉ , ସେ ବି ଚାଲି ଗଲା ।
କ୍ଷୁଧା ମେଣ୍ଟାଇ ମୁଁ ନାରୀଙ୍କୁ ଧର୍ଷଣରୁ ରକ୍ଷା କଲି,
ଦୁନିଆ ମୁହଁ ରେ ପୁଣି ବେଶ୍ୟା ବୋଲାଇଲୀ ।
ସେ ଦୁର୍ଜନ ହୋଇ ମଧ୍ୟ ଗ୍ରହଣୀୟ ହେଲା,
କୁହ!! ମୁଁ କେଉଁ ଦୋଷ ଯୋଗୁଁ ଅବାଞ୍ଛିତ ହେଲି ?
(ଅସ୍ଥାୟୀ ବସ୍ତ୍ର=Temporary cloth e.i Skin)
_© The Raconteur-
କାଲିକୁ କହିବି ସେ କାହାଣୀ
ନା ଥିଲେ ରାଜା ,ନା ରାଣୀ
ଆଉ ବି କେହି ଥିବାର ମୁଁ ଶୁଣିନି
ତଥାପି ଲୋକ ମୁଖରୁ ଏ ହଜିଯାଇନି
କିଏ କ'ଣ କହିବ କହି ଲୁଚିଯାଇନି
କାଗଜ କାଳୀର ବାଟେ କେବେ ସେ ଯାଇନି
କେଉଁଠି ଭେଟିବି କାହିଁ କିଛି ବି କହିନି-
ଫର୍ଦ୍ଧ ଫର୍ଦ୍ଧ କରି ପଢି ଦେଲା ପରେ
ଉତ୍ତର ତ ଲେଖି ହୁଏ,
ପ୍ରଶ୍ନସୂଚକ ଚିହ୍ନ, ଆଉ କି ପୋଛି ହୁଏ !!
-
ଆପଣ ଯେଉଁ ଭାଷା ର ପ୍ରୟୋଗ ଆପଣ କାହା ସମ୍ମୁଖରେ
କହିବାପାଇଁ କୁଣ୍ଠାବୋଧ ପ୍ରକାଶ କରୁଛନ୍ତି
ଏହା ଭାବିକି ଆପଣ ମାନଙ୍କଠୁ ଭିନ୍ନ ହୋଇଯିବେ
ବୋଧହୁଏ ଆପଣ ଭୁଲି ଯାଉଛନ୍ତି କି ସେହି ଭାଷାହି ଆପଣଙ୍କୁ ସବୁଠୁ ଭିନ୍ନ କରୁଛି ।-