QUOTES ON #NUAKHAI

#nuakhai quotes

Trending | Latest
14 SEP 2018 AT 5:53

ଫିରି ଆଏସନ୍ ଦେଶ୍ ବିଦେଶ଼୍ନୁ
ମନାବାର୍ ଲାଗି ନୁଆଁଖାଇ ତିହାର୍,
ମାଁ କେନ୍ତା ମହନି ରଖିଛୁ ଇ ମାଟି
ତତେ ଆର୍ ତୋର୍ ମହିମା କେ ଜୁହାର୍

🙏ନୂଆଁଖାଇର୍ ଜୁହାର୍🙏

-


23 AUG 2020 AT 9:39

May the New crops harvested brings,
the rise of health, wealth & prosperity...
May the wave of this festival brings light & new hopes for a better future for the Framers & everyone around.....
Here's wishing you a happy & joyous
"Nuakhai parab"

-


23 AUG 2020 AT 23:20

ନୂଆଁଖାଇ ତିହାର୍

ବଛର୍ ପରେ ଆସିଚେ ଦେଖ ନୂଆଁଖାଇ ତିହାର୍
ନୂଆ ସପନ୍,ନୂଆ ଆଶା,ନୂଆ ଆଦର୍ ବେଭାର୍ ।
କ୍ଷେତ୍ ପୂରିଛେ ନୂଆ ଧାନ୍ କେ
ଓଡ଼ିଶା ପାଲୁଛେ ନୂଆଁଖାଇ କେ ।
ଗୁଡ୍ ମର୍ଣିଂ ମେସେଜ ଫେଲ୍ ମାରିଛେ
ନୂଆଁଖାଇ ଜୁହାର ବାଜି ମାରିଛେ ।
ପାଗ୍ ଆଜିକା ବନେ ଲଗୁଛେ
ନୂଆ ଭାତ୍ ଆଜି ଭଲ୍ ବସୁଛେ ।
ନିଜର ଲୋକ୍ ସାଥେ ପାଲବାର୍ ଲାଗି
ଯେତେ ଦୁରେ ଥିଲେ ଆଏସନ୍ ଭାଗି ।
ଆର୍-ସା ଖିରି ପୁରି ବାସେ ମହକ ଦେଶି
ଆମିଲ୍, ଶାଗ୍, କର୍ଡି ଖାଈମା ଚାଲ ବସି ।
ବଡ଼ ବଡ଼ିଆ କେ ଜୁହାର କରବେ
ଛୋଟକେ ଆଶୀର୍ବାଦ ଯେ ଦେବେ ।
ମା ସମଲେଇ ତୋତେ କୋଟି ଗୁହାର୍
ସମ୍ କୁ ମୋର୍ ନୂଅାଁଖାଇର ଜୁହାର ।

-


3 SEP 2019 AT 21:58

ନୁଆଁଖାଇ ଜୁହାର୍🙏

ଗୁଟେ ବଛର୍ ପରେ ଇଟା ଆଏଲା ନୁଆଁଖାଇ
ଯେ ଯାହିଁ ଥିଲେ ଘର୍ ମାନ୍-କେ ଆଏସନ୍ ଧାଇଁ

ଆର୍-ସା ପିଠା ଖିରି ଘରେ ମହକ୍ ଛୁଟେଇ ଦେସି
ଭଜା,ତର୍-କାରୀ,ଆମିଲ୍,ଶାଗ୍ ଖାଏବ ବେସି ବେସି

ଟିଁଚୋ ଟିଁଚୋ ଛୁଆ ଠାନୁ ବୁଢ଼ା ବୁଢ଼ୀ କରି
ମାଁ ଘଣ୍ଟାସୁନୀ କେ ଜୁହାର୍ କର୍-ମା ଚାଲ ମିଶି କରି

ଉସଦ୍ ମନେ ଦେଖ ଠୋଲ୍ ହେଲେନ ଭାଇ ଦାଇ
ଛତର୍ ତଲେ ରଖ୍-ବୁ ଆମ୍-କୁ ଗୋ ମାଁ ସମ୍-ଲେଈ

ମେଲନ୍ ମେସନ୍ ପରବ୍ ଆମର୍ ନୁଆଁଖାଇ ତିହାର୍
ମୋର୍ ଗୁରୁଜନ୍ ମାନ୍-କୁ ମୋର୍ ନୁଆଁଖାଇ ଜୁହାର୍

-


11 SEP 2021 AT 20:46

ମହକି ଉଠୁଛେ ମୋର ଜନମ ମାଏଟ ଆଏଜ
ଗହକି ଉଠୁଛେ ଗାଁ ଖୁଲି,,,,,,,,
ଜାହାକେ ଦେଖଵ ନୂଆଖାଇ ଜୁହାର
ସବୁଆଡେ ଶୁଭୁଛେ ହୁଲା ହୁଲି ।।।

ନୂଆଁ ଧାନର ନୂଆ ଚୁରା କୁରେ ପତରର ଦନା
ଇ ନୂଆଁଖାଇ ପରବ ସବୁଆଡେ ଜନାଶୁନା ।।।
ଚାଲ ଟିକେ ମାତିଯିମା ସେ ଡାଲଖାଇ ରସଲକେଳି ସୁରେ
ନୂଆଖାଇ ତିହାରକେ ମନାମା ହରସ ମନେ ।।।

-


22 AUG 2020 AT 21:15

ନ ତୁନ୍ ଛ ଭଜା ସାଙ୍ଗେ
କୁରେଇ ପତର୍ ଦନା ଖଲି,,,
ରାଗ୍ ଋଷା ଭୁଲି,,
ଗୁଟେ ଘରର ହେଇକରି
ନୂଆଖାଇ ମାନ୍ ମା କାଲି🙏🙏🙏🙏🙏

-


23 AUG 2020 AT 10:48

ନୂଆଁଖାଇ ଜୁହାର୍

ବଛର୍ ଯାକର୍ ଟାକିଥିଲାଁ ଆଏଜ୍ ଆଇଛେ ଆମର୍ ତିହାର୍
ମାଏନ୍ତା ଗୁଇନ୍ତା ବଡ୍ ବଡ୍-ଖା ମାନ୍-କୁ ମୋର୍ ନୁଆଖାଇ ଜୁହାର୍।
ଅଷାଢ଼ ଶରାବନ୍ ଯାଇ ଆଏଲା ଭୁଦୋ ମାସ୍
ଭାବର୍ ବନ୍ଧ୍-ନେ ବାନ୍ଧି ହେଇ ଗଢ୍-ମା ନୂଆଁ ସପନ୍ ଆର୍ ଆଶ୍।
ଭୁଦୋ ମାସର୍ ଉଜଲ୍ ପଖେ ପଞ୍ଚମୀ ତିଥିନେ
ନୂଆଁ ଲଗାମା ମାଁ ସମଲେଇର୍ ଠାନେ।
ଗହ ଗହ ହେଇ ଗହକି ଯିବା ଗାଁର୍ ଖୁଲି
ଗର୍ଜି ଯିବା ବଜାଗଜା ସାଙ୍ଗେ ହୁଲ୍-ହୁଲି l
ସଜ୍-ବାଜ୍ ହେଲେନ ବହ ଭୁଆସେନ୍
ନୁଆଁ କପ୍-ଟା ଆର୍ ଦଦାଭାଇ ପିନ୍-ହି ନୁଆଁ ଧୂତି
ମାଏନ୍- ମଏନ୍ସା ପିଠାପନା ଆର୍ କର୍ଡି ସର୍ ସର୍
ଲେଥା ଥି ମହକି ଯିବା ଚାର୍-ହି କୁତି।
ଖିରିପୁରି,ମଡା, ସୁଆଁଲି କେତେ ପାଗ୍-ରାଗ୍
ତର୍କାରି,ଲେଥା ସାରୁ ସାଙ୍ଗେ ମାଖନ୍ ସାଗ୍।
କେତେ ଉସତ୍ ଲାଗୁଛେ ସତେ ଆଇଛେ ନୂଆଁଖାଇ
ରାଗ୍ ରିସ୍ମି ଫୁଲା ରୁଷା ଛାଡି ନୁଆଁ ଖାଏମା ସବୁ ।
ଭୋଗ୍ ଲଗାମା ପହେଲା ଇଷ୍ଟଦେବୀନେ ଅମଲର୍ ନୁଆ ଧାନ୍
ଉନା ନାଇଁ ରହୁ ଚରା କାହାରିର୍ ଘରେ ରଖ୍-ମା ଚାଷିର୍ ମାନ୍।
ଆମର୍ ପରବ୍ ଆମର୍ ଗରବ୍ ନୂଆଁଖାଇ ତିହାର୍
ସାନ୍ ମାନ୍କୁ ଆଶିଷ୍ ଦେଇ ସିଆନ୍ ମାନ୍କୁ ମୁଡିଆ ମାରି କର୍-ମା ଜୁହାର୍।
ଭେଟ୍-ଘାଟ୍ ନାଇଁ ହେଉଁ ବୋଲି ନାଇଁ କରୁଁ ମନ୍ ଉନା
ଜିଁ ଜାଗିଥିଲେ ଆର ବଛର୍ କେ ଫେର୍ ଗୁଟେଠାନେ ଠୋଲ୍ ହେମା।
ଖୁସିର୍ ଲହରି ଖେଲିଯିବା ସବୁଆଡେ
ମାଁ ସମ୍-ଲେଇ କରୁନା ଥିଲେ କେନ୍-ସି ବିପଦ୍ ନାଇଁ ମାଡେ।
ତୁଇ ଏକା ସାହାଭର୍ଷା ଗୋ ମାଁ ରଖିଥିବୁ ସମ୍କୁ ବନେକରି
ମୁଡିଆ ମାରି କହୁଛେଁ ସୁନ୍ ଗୋ ମାଁ ଏତ୍-କି ମୋର୍ ଗୁହାରି।

-


23 AUG 2020 AT 12:23

ନୂଆଁଖାଇ ଜୁହାର ସବ୍ କୁ
🙏🏻🙏🏻
ମାଁ ସମଲେଇ ସବ୍ କୁ ଭଲ ସେ ରଖୁନ୍

🙏🏻 ଜୟ ମାଁ ସମଲେଇ 🙏🏻

-


14 SEP 2018 AT 7:38

NUAKHAI JUHAR

-



ନୂଆଁଖାଇ ଜୁହାର🙏

-