ସେ ଦେବଦାସୀର ଘୁଙ୍ଗୁର
ଗୀତଗୋବିନ୍ଦର ଅକ୍ଷର
ଅଦ୍ୱିତୀୟ ଆକାର ଭିତରେ
ସମ୍ପୂର୍ଣ୍ଣ ନିରାକାର ।-
ସେଦିନ ତୁମେ
ପୂର୍ଣ୍ଣଚ୍ଛେଦଟିଏ ଟାଣିଦେଲ
କଲମରୁ ରକ୍ତ ଛିଞ୍ଚି
ମଲା ଜହ୍ନକୁ ଜୀବନ୍ତ କରିବା ଲକ୍ଷ୍ୟରେ !
ଏପଟେ ଆଉ ଏକ ଜହ୍ନ
ଅର୍ଦ୍ଧ ବିରାମ ଲଗାଇ ବସେ
ରାତିର କ୍ଷୟିଷ୍ଣୁ ଆୟୁଷରେ
ସେ କଲମ ମୁନରେ ରୂପକଟିଏ ସାଜିବା ଆଶାରେ !
-
କଡ଼େଇକୁ ଅହରହ ଜାଳୁଥିବା
ସେ ଶାନ୍ତ, ସୌମ୍ଯ ନୀଳ ନିଆଁ ବି
ଫୁଲେଇ ହୋଇ ତାକୁ ପ୍ରଶ୍ନ କରେ,
"କେତେ ଦିନ ଯାଏଁ ମୋର ଏଇ ଦିକ୍ ଦିକ୍ ଆଞ୍ଚରେ
ସିଝାଇ ଚାଲିଥିବୁ ତୋର ପତଳା ଚମକୁ?
କିଛି କ୍ଷଣ ପରେ ସେ ସଦ୍ୟ ନିର୍ବାପିତ ଚୁଲିଟା
ଚୁପ୍ ଚାପ୍ ପିଇଯାଏ
ତାର ନୀରବ ଉତ୍ତରକୁ ଚିତ୍କାର କରି
ବଖାଣୁଥିବା ଠପ୍ ଠପ୍ ଲୁହକୁ ।
👇👇👇👇👇👇👇👇👇
(ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ)-
ସେହି କେଇ ମିଟର ଲମ୍ବା କପଡ଼ାର ଦାମ୍
ଥିଲା କୋଟି କୋଟି ଲିଟର ରକ୍ତ !
କିନ୍ତୁ ଆଜି ସେ ରକ୍ତର ଦାମ୍ ବୋଧହୁଏ ପାଲଟିଯାଇଛି
କର୍ମସଂସ୍ଥାନରୁ ମିଳୁଥିବା ଗୋଟିଏ ଦିନର
ଶାନ୍ତିପୂର୍ଣ୍ଣ ନିଦ୍ରାଯୋଗ୍ୟ ବିରତି,
ଚମତ୍କୃତ କଲା ଭଳି ଦୁମ୍ ଦୁମ୍ ପଦଧ୍ୱନି,
ତାଳ ପକାଇବା ପାଇଁ ଅତ୍ୟୁଚ୍ଚ ସ୍ୱରରେ
ଜାତୀୟ ସଙ୍ଗୀତ ଗାୟନ,
କେତେ କେତେ ଆତ୍ମବଡ଼ିମାର ଭାଷଣ,
ପୁଣି ନିଜ ବିବେକକୁ ସ୍ୱାଧୀନ ନକରିପାରିଥିବା
କିଛିଟା ତଥାକଥିତ ସ୍ୱାଧୀନଚେତା ସ୍ୱରର
ସ୍ୱେଚ୍ଛାଚାରିତା ସପକ୍ଷରେ ଓକିଲାତିର ଫମ୍ପା ଗର୍ଜନ !-
ଏ ଶାନ୍ତି ପ୍ରସ୍ତାବ ବି ଦାବୀ କରେ
ସନ୍ଧିପତ୍ରରେ ଏକ ଅଦୃଶ୍ୟ ଦସ୍ତଖତ !
ଚୁକ୍ତିନାମା.... ନୀରବତାକୁ ଅମୋଘ ଅସ୍ତ୍ର ସଜାଇବାର !
ଚୁକ୍ତିନାମା.... ବିକ୍ଷୋଭକୁ ବିବସ୍ତ୍ର କରିବାର !
(ସମ୍ପୂର୍ଣ୍ଣ କବିତା ଅନୁଶୀର୍ଷକରେ)-
कागज़ पर उतरी वह दास्ताँ
मेरी अपनी थी,
पर तुमने उसे मेरा
हुनर समझ लिया !
उस दर्द भरी अफ़साने की नायिका
मैं खुद थी,
पर तुमने उसे बस
एक ख़याली किरदार बना दिया !-
ଅଧିବେଶନର ଅବଧିଟା ଚାଲିଥାଏ
କୈଶୋରରୁ ବିବାହ ପର୍ଯ୍ୟନ୍ତ .......
ଆଉ ସେ ଭିତରେ ସମ୍ମୁଖୀନ ହୁଏ
ସେ ଅପରିମିତ ପ୍ରଶ୍ନବାଚୀର......
ପ୍ରେମ-ପ୍ରତ୍ୟାଖାନର ଗମ୍ଭୀର ତର୍କ ବିତର୍କ ସମୟରେ
ଅକସ୍ମାତ୍ କୋଠରୀରେ ଖେଳିଯାଏ ନିସ୍ତବ୍ଧତା....
ଯେବେ ସେ କ୍ଷୋଭ ଭରା ସ୍ୱରରେ ପ୍ରଶ୍ନ କରିଉଠେ,
"ଚରିତ୍ରହୀନା" ଓ "ହୃଦୟହୀନା" ନାମ ମଧ୍ୟରୁ
କେଉଁ ନାମଟା ନିଜ ପାଇଁ ଚୟନ କରିବ ?
ଏହି ଦୁଇ ସାମ୍ଭାବ୍ଯ ନାମ ଅତିରିକ୍ତ
ଅନ୍ୟ ସମ୍ଭାବନାର ପଥରୋଧ କରିଥିବା ସମାଜରେ,
"ହୃଦୟହୀନା"ର କିରୀଟରେ କରିଛି ଅଭିଷିକ୍ତ
ମୁଁ ମୋ ନାରୀତ୍ୱକୁ !
ଏକ କାଳିମାର ଦାଗ ଭିତରେ ମଧ୍ୟ
କଳଙ୍କହୀନର ପରିଚୟ ଦେଇଛି
ମୋ ଅସ୍ତିତ୍ଵକୁ !"
-