ଏଇତ ଜୀବନ :-
କିଏ ଏଠି ଭୋକ ଉପାସରେ ରାତି କାଟି ଦିଏ,
ଆଉ କାହାକୁ ଏଠି କ୍ଷୀର ସର ମଧ୍ୟ ରୁଚେନି…
କିଏ ଏଠି ଅଭାବରୁ ଚିରା ଲେଙ୍କଡ଼ା ପିନ୍ଧିବାକୁ ବାଧ୍ୟ,
ଆଉ କିଏ ସ୍ୱଭାବରୁ ଚିରା ପିନ୍ଧି ବୁଲେ
ଯାହାକୁ ସେମାନେ ଇଂରାଜୀରେ 'Rip Jeans' କହନ୍ତି |
କାହା ପାଇଁ ଏଠି ରାସ୍ତାର ଫୁଟପାଥ ନିଜ 'ବେଡ଼ରୁମ',
ଆଉ କାହାକୁ ଏଠି ଗଦି ପଲଙ୍କରେ ଶୋଇ ମଧ୍ୟ ନିଦ ନାହିଁ…
ଜଣେ ଏଠି ଖୁସିର ବୁନ୍ଦା ଖୋଜିଲା ବେଳେ,
ଆଉ ଜଣକ ଏଠି ଖୁସିର ଲହରୀକୁ ମଧ୍ୟ ବାରି ପାରେନି |
-