ବର୍ଷାକୁ ଦେଖି
ଆଜି ସକାଳେ ନିଦରୁ ଉଠିବା ବେଳୁ ହିଁ
ତା ଉଦାସ ଆନନ୍ଦ ଭରା ମଧୁର ସଂଗୀତ ମୋତେ
ଉଚ୍ଛନ୍ନ କଲା।
କେମିତି ଏକ ନିଶ୍ଚିନ୍ତ ଶାନ୍ତିର ଭାବ
ମନ ଭିତରକୁ ନଇଁ ଆସିଲା ଯେ
ସକାଳର କାମ ପଡ଼ି ରହିଲା ଅଣଦେଖା।
ଏ କ'ଣ ସେଇ ମେଘମହ୍ଲାର
ଆଉ ବର୍ଷାର ଉଲ୍ଲସିତ ନୃତ୍ୟ
ଯାହା ମୋର ତନୁକୁ ଥବିର, ମନକୁ ଉଚ୍ଚାଟ କଲା?
ପିଲାଦିନର କେତେ କେତେ ସ୍ମୃତି ଓ ଆବେଗ
ଆସି ଭିଡ଼ ଜମେଇଲେ
ମୋ ଅଜାଣତରେ ମୁଁ ତିଆରି କରିଦେଲି ଏକ କାଗଜଡଂଗା
କାହା ନାଁ ଲେଖି ଉଚ୍ଛଳ ପାଣି ସୁଅରେ ତାକୁ ଭସାଇବି
ଭାବିଲା ବେଳକୁ ମୋ ଅଟୋ ଡ୍ରାଇଭରର ଫୋନ୍ ଆସିଲା
"ଆଜି କେତେବେଳେ କଲେଜ ଯିବେ?"
କିଏ ଚାବୁକ ମାରି ମୋତେ ଫେରେଇ ଆଣିଲା ସତେ
ନିତିଦିନର ଏଇ କାବ୍ୟହୀନ ବାସ୍ତବତାକୁ
ବର୍ଷାର ସଂଗୀତ କିନ୍ତୁ ଥମିନି
କିଛି ପାଣି ମନତଳେ ବହିଗଲା ତ
କିଛି ଆଖି ଦେଇ
ଯାଏଁ, କେତେ ଯେ ଝକମାରି କାମ କରିବାକୁ ଅଛି।-
ଘୋଷଯାତ୍ରା
ମହୋଦଧିରେ ଉତ୍ତାଳ ଲହରୀ
ଉଲ୍ଲସିତ ବଡ଼ଦାଣ୍ଡର ଶରଧାବାଲି
ତୁମେ ଆସୁଛ ପରା
ଲଗାଇ ଗହଳି?
ବଡ଼ ବଡ଼ ଚକା ଆଖିରେ ଆଜି ଦେଖିବ କି
ତୁମ ଅତିପ୍ରିୟ ଜଗତ
ଏବେ ଚାଲିଛି କିପରି?
ଜଗତର ନାଥ ତୁମେ
ସବୁ ଲୀଳା, ସବୁ ଖେଳା
ସବୁ ଛାୟା, ସବୁ ମାୟା ଅଟେ ତ ତମରି।
କୁହ ତେବେ ପ୍ରଭୋ ତୁମେ ଥାଉଁ ଥାଉଁ
ମଣିଷର ଚେତନାରେ
ଏତେ ଅଧଃପତନ କାହିଁକି?
ଯୁଗ ସଂକଟର ସନ୍ଧି କ୍ଷଣେ
ତୁମର କି ଦାୟିତ୍ଵ ନାହିଁକି
ଦୁଷ୍କର୍ମ, ଶୋଷଣ, ଭ୍ରଷ୍ଟାଚାର,
ଯୁଦ୍ଧ ଓ ସନ୍ତ୍ରାସବାଦ ରୋକିବା ପାଇଁକି?
ନା ତୁମେ ବି ଅସହାୟ ଆଜି
ରଥାରୂଢ଼ ଦାରୁବ୍ରହ୍ମ ସାଜି!
ଆଜିର ଦିନରେ ଭରି ଦିଅ ତୁମ ଭକତ ପ୍ରାଣରେ
ସମର୍ପଣ ଭାବ
ଲୋଭ, ମୋହ, ଅହଂକାର ଆଉ ସକଳ ଅନ୍ଧତ୍ବ
ହଟିଯାଉ ଚେତନାରୁ
ଆଲୋକିତ ହେଉ ତା'ର ଆନ୍ତର ଜଗତ
ତେବେ ସିନା ଯାଇ ବିଶ୍ଵେ
ଉଡୁଥିବ ତୁମ ବାନା ଆହେ ଜଗନ୍ନାଥ।
-
We try consciously to keep our body, mind and intellect in coordination, and strive for inner growth by being watchful of our thoughts, actions and reactions without sitting in judgement, learning from every happening, situation, and difficulty.
-
ସ୍ବପ୍ନଭୁକ୍ ମନକୁ ତ କହି ହୁଏନାହିଁ
ମନର ମଣିଷ ବୋଲି କେହି ଜଣେ
ନଥିଲା କି ନାହିଁ।
ମନ କିନ୍ତୁ ଅମାନିଆ
ନିଇତି ରାତିରେ
ସପନ କଜ୍ଜଳ ନାଇ ବାହାରଇ
କେଉଁ ଅଭିସାରେ?
ସେ କେଉଁ ଅନିନ୍ଦ୍ୟ ଭୁବନେ
ନିବିଡ଼ ସଂଗୀତ ଏକ ଭେଦି ଯାଏ
ମନେ ଆଉ ପ୍ରାଣେ।
ମନ ଯେବେ ଉଡ଼ିଯାଏ
ନିଶୀଥିନି ପଣତ ଘୋଡେ଼ଇ
ତାରାରେ ତାରାରେ ଶୁଭେ
ପ୍ରୀତିର ମନ୍ତ୍ରଣା
ସାଗରରେ ଉର୍ମିମାଳା ଜହ୍ନର ସୋହାଗେ
ଉଲ୍ଲସିତ ହୋଇ ଯେବେ ଲୋଟି ଯାନ୍ତି
ହସକୁରି ଝିଅ ପରି ବେଳାର ବୁକୁରେ
ରାତି ଯେ ପାହାନ୍ତି ହୁଏ
ସ୍ବପ୍ନଦେଶୀ ମନ ମୋର ଫେରେ
ନିଛାଟିଆ, ରଂଗହୀନ
ବାସ୍ତବତାର କୁଟୀରେ।
-
challenging yet fulfilling.
The life I have always dreamt of is the life of awareness. Awareness of what is happening outside and inside of me. Writing comes naturally as I understand life more and more. To cleanse myself of all hidden impurities, to aspire to experience light and joy within, to feel empathy for the suffering of others, to grow in consciousness, therefore take every lesson life gives as a stepping stone, to free myself of all social, environmental conditionings, to employ my energy for this and for the good of others are real goals of my life.-