ଦେଖରେ ଦୁନିଆଁ ଦେଖ ଆମ ଧର୍ମ,
ସତ୍ୟ ସନାତନ ପୁଣ୍ୟମୟ କର୍ମ,
ମହାକୁମ୍ଭ ଆଜି ସାକ୍ଷ!
ଅନ୍ୟ ଧର୍ମବନ୍ତେ ଲାଗୁନାହିଁ ସର୍ମ,
ବୁଝିଥିବେ ନିଶ୍ଚେ ସନାତନ ମର୍ମ,
ବୁଡ଼ ଲଗାଇବେ ଲକ୍ଷ।
ଦେଖରେ ଦୁନିଆଁ ଦେଖ ଆମ ପ୍ରେମ,
ସଭିଙ୍କ ପାଇଁକି ଖୋଲା କୁମ୍ଭଧାମ,
ସ୍ଵାଗତ କରୁଛି ପ୍ରୟାଗ!
ସର୍ବତ୍ର ଶୁଭୁଛି ପ୍ରଭୁଙ୍କର ନାମ,
ଜୟ ସୀତାରାମ ଜୟ ରାଧେଶ୍ୟାମ,
ପାପର ହେଉଛି ବିୟୋଗ।-
WriterPoetQuoteCreatorThinkerMusicLoverLyricist.
All of the above remai... read more
"Pain is life's eternal friend.
And the smile on its face becomes the most beautiful discipline."-
"...ଗର୍ଜିଲା ବାଦଲ୍ ଭିଜିଲା ଅଞ୍ଚଲ୍
ଖରା କେ ବଏଲା ଶୁ
ଭଲେ ଆଏଲା ପାଏନ୍ ଢ଼ାଲି
ଭୂଇଁ ହେଉଥିଲା ହୁ ହୁ
ଚାଷିର୍ ଜୀବନ୍ ଦେଖବା ସପନ୍
ନାଇଁ ରହେ ଚାଷର୍ ଡର୍
ହଁସି ଖୁସି ଘରେ ବସି
ଜୁଗବା ଚାଷର୍ ଦର୍..."-
"ଦିବସେ ରବି ରାଜା ମେଘେ,
ରାତ୍ରି ରେ ଚନ୍ଦ୍ରମା ଶୋଭିନୀ।
ପଥିକ ସମୟ ର ବେଗେ,
ଦିବସ ପାଲଟେ ରଜନୀ।"-
🕉️ଜୟ ଶ୍ରୀରାମ🕉️
ଅଳ୍ପ କିଛି ଦିନେ ବିଶ୍ଵ ହେବ ସୁବାସିତ
ଅଳ୍ପ କିଛି କ୍ଷଣେ କଷ୍ଟ ଭୁଲିବ ଜଗତ
ଅଳ୍ପ କିଛି ପାନ କରି ରାମ ନାମାମୃତ
ଅଳ୍ପ କିଛି ପ୍ରସାଦ ରେ ଆତ୍ମା ହେବ ଶାନ୍ତ...
ଗଳ୍ପ ପୁଣି ହୋଇଯିବ ନାମଯଜ୍ଞ ମେଳା
ଗଳ୍ପ ପୁଣି ହୋଇଯିବ ଭ୍ରାତୃପ୍ରେମ ଲୀଳା
ଗଳ୍ପ ପୁଣି ହୋଇଯିବ ସଙ୍ଗୀତ ର କଳା
ଗଳ୍ପ ପୁଣି ହୋଇଯିବ ଭକତ ର ଗଳା...
କଳ୍ପ ସଦା ରାମନାମ ସତ୍ୟ ସଂକୀର୍ତ୍ତନ
କଳ୍ପ ସଦା ପୂଣ୍ୟକର୍ମ କୃତ୍ୟ ଆଲିଙ୍ଗନ
କଳ୍ପ ସଦା ଭକ୍ତସେବା ପ୍ରେମ ଶ୍ରଦ୍ଧାବାନ
କଳ୍ପ ସଦା ନିଶିଦିବା ରାମ ଦୟାବାନ...
🙏🏻🪷❤️-
ରାମ ହିଁ ରହସ୍ୟ ରାମ ସତ୍ୟମୟ
ରାମ ହିଁ ଜୀବନ ଲୀଳା,
ରାମ ପରାମର୍ଶ ରାମ ଗୁରୁଶ୍ରେଷ୍ଠ
ରାମ ହିଁ ପ୍ରକୃତି ମେଳା।
ରାମ ହିଁ ଉଦ୍ଦେଶ୍ୟ ରାମ ହିଁ ସନ୍ଧାନ
ରାମ ଦୃଢ଼ ଲକ୍ଷ ଠାବ,
ରାମ ସାରମର୍ମ ରାମ ନାଟ୍ୟକାର
ରାମ ତୃପ୍ତ ଶାନ୍ତ ଭାବ।
ରାମ ହିଁ କାମନା ରାମ ହିଁ କରୁଣା
ରାମ ଅଦ୍ୱିତୀୟ ଭିକ୍ଷା,
ରାମ ହିଁ ଶାନ୍ତ୍ବନା ରାମ ହିଁ ସନ୍ତାପ
ରାମ ଦଣ୍ଡର ତିତିକ୍ଷା।
ରାମ କର୍ମପଥ ରାମ କର୍ତ୍ତୃପକ୍ଷ
ରାମ ହିଁ ଶପଥ ତୀର୍ଥ,
ରାମ ପ୍ରାଣରଥ ରାମ ହିଁ ସାରଥି
ରାମ ପଞ୍ଚତତ୍ତ୍ଵ ଗ୍ରନ୍ଥ।
ରାମ ସନାତନ ରାମ ନିରଞ୍ଜନ
ରାମ ହିଁ ଗୌରବମୟ,
ରାମ ଅଭିମାନ ରାମ ହିଁ ବିଳାସ
ରାମ ଚିର ଚିନ୍ମୟ।
ରାମ ମହାକାଶ ରାମ ହିଁ ବ୍ରହ୍ମାଣ୍ଡ
ରାମ ହିଁ ତ ଇହଧାମ,
ରାମ ହିଁ ସାରାଂଶ ରାମ କର୍ମକାଣ୍ଡ
ରାମ ହିଁ ତ ପରିଣାମ।-