19 JUL 2018 AT 4:20

ମୁଁ ଆଉ ଲେଖିପାରୁନି
ବୋଧେ ଶବ୍ଦ ମାଳା ସାରିଯାଇଛି
ପାଉନି ଖୋଜି ମୋ ମନରୁ,
ଗଲିଣି ମୁଁ ଥକି
ହୁଏତ ମନଟା ଆଉ କାହା ପାଖେ ରହିଯାଇଛି କୋଉଦିନରୁ।

ଖୋଜୁଛି ମୁଁ ଶବ୍ଦ ଗୋଟି
ଦିବସେ ହଉ ବା ଅମାରାତି
ଅତି ସନ୍ତର୍ପଣେ,ଅନ୍ତରୀକ୍ଷେ ହେଉ ଅବା ଉଦ୍ଗିରଣେ
ନିରେଖି ନିରେଖି,
ବସିଛି ଅନାଇ କାଳେ ଫେରି ଆସିବ ସେ ବାଟବଣା ପକ୍ଷୀ।








- Shakti