ତୁମେ ବୁଝ ନ'ବୁଝ ଏ ସଂପର୍କର
ଗୋଟେ ହିଁ ନିର୍ଯ୍ୟାସ ଥିଲା "ଆବେଗ"!!
ଆଉ ସେ ଆବେଗକୁ ଶୂଳିରେ ଚଢେଇ ଦେଇ
ଆସିବା ପରର ଭୟଙ୍କରତା କେତେ!!
ତମେ ଥରେ ଅନୁଭବ କରିପାରିବନି
ନା ଶୁଣିପାରିବ ସେମାନଙ୍କର ଆର୍ତ୍ତ ଚିତ୍କାର!!
ମୁଁ କିନ୍ତୁ ସଜେଇ ଆଣିଛି ସେମାନଙ୍କ ଯନ୍ତ୍ରଣାକୁ
ଶବ୍ଦ କରି ଲେଖିବାକୁ କବିତା ଦେହରେ!!
ସେମାନେ ସିନା ମୁହୂର୍ତ୍ତକର ଆୟୁଷ ନେଇ ଆସନ୍ତି
କିନ୍ତୁ କବିତା ତ ଅମର!!
(ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ)..-
ତମେ ଅନୁସନ୍ଧିତ୍ସୁ ମନର ପଥିକ
ଆଉ ମୁଁ ଗୋଟେ ଯାତ୍ରାର ସାଥୀ,
ଜୀବନର କୋଉ ଚଲା ରାସ୍ତାରେ
ଏମିତି ତ ଅନେକ ସାଥୀ ମିଳୁଥିବେ
ମୁଁ ବା କେମିତି ମନେ ରହିବି ତମର??
ହଁ କେବେ କେମିତି ଅଦିନିଆ ବର୍ଷା
ଯେବେ ବରଷିଯିବ ଅଚାନକ;
ଭିଜେଇଦେବ ତମକୁ ସଂପୂର୍ଣ୍ଣ ଭାବରେ
ତମେ ଖୋଜିବ ଆଶ୍ରୟ ଟିକେ ମୁଣ୍ଡ ଗୁଞ୍ଜିଦବାକୁ।
ହୃଦତନ୍ତ୍ରୀ ଥରାଇ ଦେଉଥିବା ପବନ ସହ
ସମ୍ମୁଖୀନ ହବାକୁ ଲୋଡିବ ମୁହୂର୍ତ୍ତକର ଉଷ୍ମତା!!
ତମେ ପୁଣି ଫେରିବ ନିଜ ଅଜାଣତରେ
ସେଇ ସମୟର ପଥଧାରେ।
କିନ୍ତୁ ସେଠି ତମକୁ ଅପେକ୍ଷା କରୁଥିବା
ମୋର ସେ ନୀରବ ଆଖି ହଳକ ନଥିବ!!
ନଥିବ ତମ ମାନ ଅଭିମାନକୁ
ସାଇତି ରଖୁଥିବା ମନ ମୋର!!
ନା ମୋର ଅପେକ୍ଷା ଥିବ
ନା ତମର ସେ ଉପେକ୍ଷା ଥିବ।
ତମେ ପୁଣି ଅନୁସନ୍ଧିତ୍ସୁ ମନ ନେଇ ଖୋଜୁଥିବ ମୋତେ,
ଆଉ ମୁଁ ହଜେଇ ଦେଇଥିବି ନିଜକୁ ସେ ବର୍ଷା ଧାରାରେ..!!-
ହେ ବୁଦ୍ଧ!!
ତୁମେ କୁହ କେତେ ଆଉ କଷ୍ଟ ଏ ନିର୍ବାଣର ପଥ??
ତୁମେ ତ ଶାନ୍ତି ଶିଖାଇଲ କିନ୍ତୁ କହିଲନି ଯେ'
ଏତେ ବହୁମୂଲ୍ୟ ଯେ ଗୋଟେ ଜୀବନ ବି କମ୍
ପଡ଼ିଯାଏ ବୋଲି!!
ଏକଥା ବି କହିଲନି କେବେ କି ଆଜୀବନ
ଅଙ୍ଗୁଳିମାଳ ମାନଙ୍କ ଆଗରେ ନିଜକୁ
ପରୀକ୍ଷିତ କରେଇବାକୁ ହବ ବୋଲି!!
ଏ ପଥ'ର ପଥିକ ଆଜି ଯଦି ମୁଁ ବାଛିନେଉଚି
ମଧ୍ୟମ ମାର୍ଗ ତେବେ ହେ ବୁଦ୍ଧ!!
ତୁମେ କ'ଣ ଆଉଥରେ ଆସିବ କି
କରିବାକୁ ମୋ ମାର୍ଗଦର୍ଶନ??-
"ଅଭିନୟ"
ହଜିଯିବାର ଅଭିନୟ ମୁଁ ବି ଜାଣେ,
ହେଲେ କରିପାରେନି!! କାହିଁକି ଜାଣିଛ??
କିଛି ଭ୍ରମ ତୁଟିବା ଦେଖିବାର ବି ଅଛି
ଅନୁଭବ କରିବାର ଅଛି କେତେବେଶୀ
ଜୀବନ୍ତ ଅଭିନୟ କରି ଜାଣ ତମେ।
ତମ ଆଖି,ହସ ତମ କଥା ଦେଖିଲା ପରେ
ମୁହୂର୍ତ୍ତେ ପାଇଁ ମୁଁ ଭୁଲିଯାଏ ସତ କ'ଣ!!
ସବୁ ଜାଣିଶୁଣି ବି କାହିଁକି କେଜାଣି
ପାସୋରି ଦିଏ ସେ ସବୁକିଛି;
ଯୋଉ ଯନ୍ତ୍ରଣାକୁ କ୍ରମଶଃ
ଗରଳ ଭଳି ପିଇଚାଲିଛି।
ସତ କହିବି କି ଚମତ୍କାର
ଅଭିନୟ କରି ଜାଣ ତମେ!!
କିନ୍ତୁ ଅପେକ୍ଷା କର ପରଦା ପଡ଼ିବା ପୂର୍ବରୁ,
ମୁଁ ବି ଶିଖିଯିବି ତମ ଭଳି ଜୀବନ୍ତ ଅଭିନୟ।-
ଏମିତି ତମେ ଆସ ଆଉ ଚାଲିଯାଅ
ତମ ପଛେ ପଛେ ଚାଲିଯାଆନ୍ତି ଛଅଋତୁ,
ଆଉ ବର୍ଷମାସ ଦିନ ଦଣ୍ଡ ମୁହୂର୍ତ୍ତ ସବୁ।
ମୁଁ କିନ୍ତୁ ସହସା ରୋକିପାରେନା ନା ତମକୁ
ନାଁ ପଛପଛେ ଚାଲି ଯାଉଥିବା ସମୟକୁ।
"ଯାହା ବାନ୍ଧି ରଖେ ତାହା ପ୍ରେମ ନୁହଁ"
ଏଇ ପଦକରେ ମୁଁ ମୁକ୍ତ କରିଦିଏ,
ଆଉ ତମେ ମୁକ୍ତ ହେଇ ଚାଲିଯାଅ
ଦୂରକୁ ମୋ ଠାରୁ ବହୁ ଦୂରକୁ!!
(ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ)-
ନୀରବତା ଯାହାଙ୍କ ଶବ୍ଦରେ ଅଳସ ଭାଙ୍ଗେ,
ଅକୁହା ଅବ୍ୟକ୍ତ ଭାବ ସବୁକୁ କୋଳେଇ ନେଇ।
ଯାହାଙ୍କର କଲମମୁନରେ "ସଚିତ୍ର ଅନ୍ଧାର"
ସ୍ପର୍ଶ ଲଭିଥାଏ "ସପ୍ତମଋତୁ"ର।
ଆଉ ଆବେଗ ଠାରୁ ଭାବ ଯାଏଁ ଯାତ୍ରା କରି
ପରିଶେଷରେ ପାଲଟେ "ଶ୍ରୀରାଧା"!!-
ଅନେକ ପ୍ରିୟତମ ଇଚ୍ଛା ଆଉ ମୋହକୁ ପାସୋରି ଦବାର,
ଜୀବନ୍ତ ଅଭିନୟକୁ କ'ଣ କହନ୍ତି ଜାଣିଛ??
-"ଜୀବନ"!!-
To tell you the truth,
I like watching you from a distance,
like people watch a flower blossom..
May be it's Love..💕-
"ଡିସେମ୍ବର"
ମୁଁ ଆଉ ମୋ ଆବେଗ
ଡ଼ିସେମ୍ବର ଶେଷରାତି ଭଳି
ଅପସରି ଯାଉଥିବା ସମୟକୁ
ବିଦାୟ ଦେଇପାରେ
ନା ଆବୋରି ନେଇପାରେ
ଜାନୁଆରୀର ମୋହକୁ!!
(ସଂପୂର୍ଣ୍ଣ କବିତା ଅନୁଶୀର୍ଷକରେ)..-
*ଭାଗଶେଷ*
ବଡ଼ ଏକା ଲାଗେ ବେଳେବେଳେ
ସମୟ ସିନା ଗଡ଼ିଯାଏ ହେଲେ
ବଳି ପଡ଼ିଥିବା ଦୀର୍ଘଶ୍ଵାସତକ
ଅଛିଣ୍ଡା ହେଇ ରହିଥାଏ
ଯେମିତି ହରଣ ଶେଷରେ ଭାଗଶେଷ!!
ଆଉ ତା'ପରେ ସମାଧାନ ତ ହୁଏନି
ବରଂ ଆଜୀବନ ବଳି ପଡୁଥିବା
ସେଇ ସମୟର ଅଙ୍କକଷା ଚାଲେ।
ଦିନ ଯାଏ ରାତି ଆସେ ବିତିଯାଏ
କେତେ ଯେ ମାସ ବର୍ଷ ଆଉ ତା ସହ
ସରୁଥାଏ କ୍ରମଶଃ ବଳକା ଆୟୁଷ।
କେତେ ଯେ ସ୍ଵପ୍ନ ଭାଙ୍ଗେ
କେତେ ରାତି ବିତିଯାଏ ଛାଁ ଛାଁ;
ସମୟର ବେହିସାବ ହିସାବ ଆଗରେ
ସବୁ ଛୁଟିଯାଏ ଧୀରେଧୀରେ
ହେଲେ ସବାଶେଷରେ ଯାହା ରହେ,
ତାହା ବିତି ଯାଇଥିବା ସମୟର ଭାଗଶେଷ
କି ଜୀବନର ଅବଶୋଷ କହି ହୁଏନା!!
-