ଦେବସ୍ମିତା
ନାୟିକାଙ୍କୁ ଜୀବନ୍ତ କରାଏ ତାଙ୍କ ଅଭିନୟ
ବର୍ଣ୍ଣମାଳା ବି ହେବେ ଜୀବନ୍ତ,
ଥରେ ଦେବସ୍ମିତାକୁ କାଗଜ କଲମ ତ ଦିଅ।।
ଏକାକୀ ଉପନ୍ୟାସରେ ହଜି ସେ ଯାଏ
ସେ ବା କେମିତି ଜାଣିବ,
କିଏ ଜଣେ ତା' ପାଇଁ ବି ମହାକାବ୍ୟ ଲେଖୁଥାଏ।।
କବିତା କେବେ ବି ନୁହେଁ ମୋର ମିଛେଇ
ହୃଦୟ ଜିଣିବା କଳା,
ସେ ବୋଧେ କୃଷ୍ଣଙ୍କ ଠୁ ଆଣିଛି ଚୋରେଇ।।
...............................-
ଆତ୍ମ ସମ୍ମାନର ପ୍ରହରୀ।
ବିଜନତାରେ କୋଳାହଳ ପାଇଁ ସନ୍ଧାନରତ।
Agarian... read more
ଦେବସ୍ମିତା
ଦେବଙ୍କ ସ୍ମିତ ହାସ୍ୟରୁ ଝରିଛି ସେ ତରୁଣୀ
ତାର ଅଙ୍କନରେ,
ତୂଳୀ ସମୂହଙ୍କ ମଧ୍ୟେ ପଡ଼ିଛି ଭାଳେଣି।।
ବସୁନ୍ଧରା କେତେ ଯେ ଗର୍ବ କରେ ତା ପାଇଁ
କେଉଁ ଏକ ଦୂର ଦିଗବଳୟରେ,
ତା ଲିଖନୀ ଚାଳନାରେ ନିସ୍ତବ୍ଧ ଏ ରଜନୀ।।
ସ୍ମିତହାସ୍ୟ ତାର କରେ ଅତୁଳ ସମୋହନ
ତୃପ୍ତ ହୁଅନ୍ତି ସଭିଏଁ,
ଶୁଣି ତା'ର ନିରୀହ କୋମଳ ବଚନ।।
ତାରକସୀ ରୂପା କାମ ଯାଏ ସତେ ହାରି
ଚାନ୍ଦୁଆ ବି ଋଷି ଯାଏ,
ତା' ଚିତ୍ର ସଂଯୋଜନାକୁ ନିହାରୀ ନିହାରୀ।।
କ୍ରମଶଃ......-
" ଆକର୍ଷଣ "
ପୂର୍ଣ୍ଣିମାର ଗୋଲ୍ ଜହ୍ନ ତଳେ ନିସ୍ତବ୍ଧ ରଜନୀ,
ରଚିଦେଲା ଏକ ଆକର୍ଷଣର କାହାଣୀ।
ବିକଟାଳ ଶବ୍ଦ ଆସୁଥାଏ ଝିଙ୍କାରୀର,
ବିଜୁଳି ସାଙ୍ଗକୁ ବର୍ଷା ଓ ପ୍ରକୋପ ଇନ୍ଦ୍ରଙ୍କର।
ରାସ୍ତା କଡର ଏକ ବନ୍ଦ ଚା' ଦୋକାନ,
ଅଧା ଭିଜା ହୋଇ ଆସିଲେ ଦୁଇ ଅଚିହ୍ନା ଜୀବନ।
ଦୁହିଁଙ୍କ ମନରେ ଗୋଟିଏ ସଙ୍କା ରହିଛି ଭରି,
ଥମୁ ନାହିଁ ବର୍ଷା ସତେ ଏଠୁ ଯିବୁ କିପରି ?
ଇତିମଧ୍ୟେ ନୀରବେ ଅନେକ ସମୟ ବିତୁଥାଏ,
ଦକ୍ଷିଣା ପବନ ଆକର୍ଷଣକୁ ଦୁହିଁଙ୍କ ମଝିକୁ ଠେଲୁ ଥାଏ।
ବଢୁଥିଲା ରାତି ଓ ବଢିଲା ଉଦବେଗ,
ପୁଅ ସହ ଝିଅଟିର ଆଖି ଯେବେ ହୋଇଲା ସଂଯୋଗ।
ଭିଜା କେଶ ଓ ନରମ ଓଠର ହସରେ ତରୁଣୀ
ଆକର୍ଷଣର ତୀର ମାରିଦେଲା ଯୁବକକୁ ପୁଣି।
ହଠାତ୍ ହଠାତ୍ ଝିଅଟିର ମନେ ବଢୁଥାଏ ଡର,
ଭାବିଲା ଯୁବକ ସହ କଥା ହେବ ସେ ଏଥର।
ଦୁହିଁଙ୍କର ଇଛା ଥିଲା କଥା ହେବା ପାଇଁ,
ଅଜଣା ଲାଜଟେ କୋଉଠୁ ଆସୁଥାଏ କେଜାଣି?
ଦେଖି ଝିଅଟିର ଲାଜେଇ ତେର୍ଚ୍ଛା ଚାହାଣୀ,
ଭାବନାରେ ଲେଖିଲା ପ୍ରୀତିଭରା ପ୍ରେମ କାହାଣୀ।
ଥିଲା ସେ ଆକର୍ଷଣ ନା ପ୍ରେମ ଭାବନା,
ସତେ ଯେପରି ଝିଅ ନାଉରୀ ଓ ଯୁବକ ନାଆ।
ଶବ୍ଦ ସବୁକୁ ଶବ ପ୍ରାୟ ସଜେଇ,
ଦୁହେଁ ପଶିଲେ ପରସ୍ପରର ହୃଦୟ ହ୍ରଦକୁ ଡେଇଁ।
ସତ୍ସାହସେ ଯୁବକଟି ଝିଅର ହାତ ଧରିବାକୁ ଚାହିଁଲା,
ସଉତୁଣୀ ସାଜି ବର୍ଷା ସେତେବେଳେ ଥମିଗଲା।
ହୃଦୟ ଦୀପରେ ଦୁହେଁ ଦୁଇ ଟୋପା ପାଣି ଛିଞ୍ଚିଦେଲେ,
ସ୍ମିତହାସ୍ୟ ଅଢୁଆଳେ ଅକୁହା କଥାକୁ ଲୁଚେଇ ଯେ ଦେଲେ।
ହାତ ହଲେଇ ଦୁହେଁ ନୀଡ଼ ବାହୁଡିଲେ,
ପ୍ରଥମ ସାକ୍ଷାତ ହିଁ ଅନ୍ତିମ ଥିଲା ବୋଲି ମାନିନେଲେ।-
।। ଧିକ ଜୀବନ ତ ସେଇ ।।
ମାଣ୍ଡୁର ବଦନ ଶଙ୍ଖ ମଲମଲ
ଦେହ ତା ଶୁଭ୍ର ଚିକ୍କଣ,
ମେକ୍ ଅପ ନେଇକି ଆସେ ତ ବାହାରି
ସତେ କି ଯାତ୍ରା ତୋରଣ।
୧୩ ପରସ୍ତିଆ ଲିପଷ୍ଟିକ୍ ତା'ର
ମୁଁହରେ ମାଖିଛି ବସ୍ତେ ପାଉଡର
ହାଣେ ତା ନହକା ଚାଲି,
ଧିକ ଜୀବନ ତ ସେଇ
ମାଂଡୁ ଟିଏ ଯାର ନାହିଁ।
ଠେଲା ବିରୀୟାନି ଭାରି ସୁଆଦିଆ
ମାଣ୍ଡୁ ବସିଥିଲେ ପାଶେ,
ବାଇକ୍ ଚଲା ଟା ହୁଏ ଯେ ସାର୍ଥକ
ପଛେ ବସିଥିଲେ ସିଏ।
ଶ୍ଲିଭ୍ ଲେସ୍ ପୁଣି ଜିନସ୍ ଟାଇଟ୍
ଗପ ଚାଲିଥାଏ ସାରା ନାଇଟ
ସତେ ନିଆରା ଏ ଅନୁଭୂତି,
ଧିକ ଜୀବନ ତ ସେଇ
ମାଂଡୁ ଟିଏ ଯାର ନାହିଁ।
କେଡେ ସୁଖୀ ସିଏ ଭାଇ,
ମାଣ୍ଡୁ ଟିଏ ଯାର ଅଛି।-
।। ଧିକ ଜୀବନ ତ ସେଇ ।।
ଧିକ ଜୀବନ ତ ସେଇ
ମାଣ୍ଡୁ ଟିଏ ଯାର ନାହିଁ,
ସେ ଜୀବନେ କିଛି ମଜା ନାହିଁ
ସେ ଜୀବନେ କେବେ ଶାନ୍ତି ନାହିଁ
ଯିଏ ଗେଲୁ ଡାକ ଶୁଣେ ନାହିଁ।
ସଞ୍ଜ ନଇଁ ଯାଇ ଅନ୍ଧାର ଆସିଲେ
ଛାତିରେ ଜଳଇ ଚିତା
ସାଥେ ସାଥେ ଯଦି ମାଣ୍ଡୁ ଟିଏ ଥିବ
ନଥାଏ କିଛିର ଚିନ୍ତା।
ଚାଟିଙ୍ଗ୍ ପରେ ନିତି ହୁଏ ଡେଟିଙ୍ଗ୍
୫୦୦ ଟଙ୍କିଆ କଫି ଡ୍ରୀଙ୍କିଙ୍ଗ୍
ଯେବେ ଦେହ ହୁଏ ଶିରି ଶିରି,
ଧିକ ଜୀବନ ତ ସେଇ
ମାଂଡୁ ଟିଏ ଯାର ନାହିଁ। (କ୍ରମଶଃ)-
1. I do have a great trust on me.
2. I never judge anyone at any situation.
3. I never deny to help anyone.
4. I care for everyone.
-