#ମାନସିକତାର ଆଢୁଆଳରେ ମନସ୍ତତ୍ୱ #
ଯେବେ ମନସ୍ତତ୍ୱର ଛାତ୍ରୀଟିଏ ବୋଲି ପରିଚୟ ଦିଏ, ଅନେକ ଜଣ ଅନେକ ସମୟରେ ଅଟହାସ୍ୟ କରିବାକୁ ଯାଇ ପ୍ରଶ୍ନ କରନ୍ତି ;"ଦେଖି କୁହତ ମୁଁ କଣ ଭାବୁଛି? "...ଆଛା ତୁମେ କଣ ଭାବୁଛ ତାର ପରିଭାଷା ଯଦି ଅପର ପକ୍ଷରୁ ଶୁଣି ତାର ଜ୍ଞାନ ପରୀକ୍ଷା କରିବାର ଅଭିଳାଷା ରଖିବ ତାହା ମନସ୍ତତ୍ୱଠୁ ବହୁତ ଦୂର କିନ୍ତୁ ଗୂଢ ମାନସିକତାର ନିଛକ ପ୍ରତିଛବି ସ୍ରୃଷ୍ଠି କରେ ,ଏଥିରେ ଦ୍ବିମତ ନାହିଁ।
ମନସ୍ତତ୍ୱ ଓ ମାନସିକତା ଏକ ଅପର ର ପରିପୂରକ ହେଲେହେଁ ଉଭୟଙ୍କର ସମାନ୍ତରାଳ ଗତି ସୁସ୍ଥତାର ପରିଚୟ ଦିଏ। ଯେବେ ସୁସ୍ଥତାର ପ୍ରଶ୍ନ ଉଠେ ଏହା କଣ କେବଳ ସନ୍ତୁଳିତ ଶାରୀରିକ ସ୍ଥିତି ର ପ୍ରତିଛବି ନା ମାନସିକ ସ୍ତରରେ ବ୍ୟାପକ ନା ସାମାଜିକ ସ୍ତରରେ ଅଭିନ୍ନ ?
ହୁଏତ ସାଧାରଣ ଜନମାନସର ମାନସିକତା ଆଢୁଆଳରେ ଏ ପ୍ରଶ୍ନ କ୍ୱଚିତ ଉଙ୍କି ମାରେ, ହେଲେ ଏହାର ଉତ୍ତର ଖୁବ୍ ଗଭୀର ମୂଲ୍ୟବୋଧର ସଙ୍କେତ ଦିଏ। ସୁତରାଂ ଅଧୁନା ସମାଜର ଏ କଥା ହୃଦୟଙ୍ଗମ ହେବା ନିହାତି ଅପରିହାର୍ଯ୍ୟ ଯେ, ମାନସିକ ସୁସ୍ଥତା ବିନା ଶାରିରୀକ ଓ ସାମାଜିକ ସୁସ୍ଥତା ଅସମ୍ଭବ।
ତତ୍ତ୍ଵର ଅନ୍ୱେଷଣ ନିଜଠୁ ଆରମ୍ଭ ହୁଏ ଓ ମାର୍ଜିତ ହେଲେ ଦିଗବଳୟର ଦୂରତା ଅତିକ୍ରମ କରେ। ଅର୍ଥାତ୍, ମନସ୍ତତ୍ୱର ଅନ୍ୱେଷଣ ନିଜ ମାନସିକତାରୁ ଆରମ୍ଭ ହୁଏ। ତେଣୁ ନିଜ ମାନସିକତାକୁ ମାର୍ଜିତ କରିବା ହିଁ ସୁସ୍ଥ ଜୀବନଯାପନର ପ୍ରକୃତ ମନ୍ତ୍ର।-
ଆଜି ତୁମେ ଯେଉଁଠି ମୁଁ ମଧ୍ୟ ସେଈଠି, ହେଲେ ଦୂରତାର ଆଢୁଆଳରେ ବହୁତ ଦୂରରେ ତୁମେ। ସୁଦୂର ମରୁଭୂମିର ମରୀଚିକା ପାଲଟି ଯାଇଥିଲେ ମଧ୍ୟ ତୁମକୁ ପଥଭ୍ରଷ୍ଟ ପଥିକ ପରି ଜୀବନର ପ୍ରତିଟି ମୁହୂର୍ତ୍ତରେ ଅନୁସନ୍ଧାନ କରି ଚାଲିଛି।ହୁଏତ ଖୋଜିବାର ଏ ସଂକ୍ରାନ୍ତରେ ମୁଁ ନିଜକୁ ଭୁଲି ଯାଇଛି କିନ୍ତୁ ସ୍ମୃତିର କୋଣାର୍କ ଅଦ୍ୟାବଧି ଅଫେରା ଅତୀତର ଦ୍ବାହି ଦେଇ ତିଳ ତିଳ କରି ଆଘାତ ପରେ ଆଘାତର ପରିପାଟି ସୃଷ୍ଟି କରୁଛି ,ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ । ହୁଏତ ମୁଁ ତୁମ ପାଇଁ ଅତୀତର ରୁଦ୍ଧ କୋଠରୀ ର ପ୍ରଗାଢ ଅନ୍ଧକାର ପାଲଟି ଯାଇଛି, ହେଲେ ତୁମେ ଯେ ଆଜି ପର୍ଯ୍ୟନ୍ତ ମୋ ପାଇଁ ପୂର୍ବ ଆକାଶର ଉଦିତ ସୂର୍ଯ୍ୟ ଅଛ, ଏଥିରେ ଦ୍ୱିରୁକ୍ତି ନାହିଁ। ଫରକ୍ ଏତିକି ସେ ସୂର୍ଯ୍ୟର ଆଲୋକରେ ଆଲୋକିତ ହେବାର ଆଶା ଆକାଂକ୍ଷାରୁ ଆଜି ବହୁତ ଦୂରରେ ଏ ଅଫେରା ଅତୀତର ଅଫେରା ସାଥି ।
#ଅଫେରା ଅତୀତ #
-
-: କାହିଁକି ନୁହେଁ :-
ଯେତେବେଳେ ପ୍ରଶ୍ନ ଉଠେ ଭଲ ପାଇବାର, ଭ୍ରମିତ ଭ୍ରମରତୁଲ୍ୟ ମନ ଦେଖେନି ବାଛବିଚାର, ହେଲେ ଜୀବନ ସାଥି କଥା ଉଠିଲେ ସେ ଭ୍ରମାବସ୍ତା ସତ୍ୟତା ର ଚାବି ହଜାଇ ବସେ।
ଯେବେ ପ୍ରଶ୍ନ ଉଠେ ଉଚ୍ଚ ନୀଚ ର ହୃଦୟର ପ୍ରତିଦ୍ୱନ୍ଦୀ ଯେମିତି ସମାନତାର ସ୍ୱର ଉତ୍ତୋଳନ କରେ, ହେଲେ ଆପଣେଇ ନେବାର ଦୋଛକିରେ ଏ ପ୍ରାଚୀର ଯେ ଚିର ବିଦ୍ୟମାନ, ଏ ସତ୍ୟ କୁ ଏଡାଇ ଦିଆଯାଇ ନ ପାରେ।
ଯେବେ ପ୍ରଶ୍ନ ଉଠେ ଧନୀ ଗରିବର ମାନବିକତା ସତେ ଯେମିତି ମୂର୍ତ୍ତିମନ୍ତ ବିଗ୍ରହ ପରି ପ୍ରତୀୟମାନ ହୁଏ, ହେଲେ ମାନବିକତା ବି ଆତ୍ମବଡିମାର କ୍ରୁରତାରେ ଚାପି ହୋଇ ସତ୍ତା ହରାଏ, ଏହା ନିଃସନ୍ଦେହ।
ଯେବେ ପ୍ରଶ୍ନ ଉଠେ ଗ୍ରହଣ କରିବା ନ କରିବାର ମନକୁ ଆନ୍ଦୋଳିତ କରେ ହଜାର ଆକାଂକ୍ଷା, ହେଲେ ସବୁରି ଭିତରେ ନିଜତ୍ୱ ପ୍ରଶ୍ନ କରେ "କାହିଁକି ନୁହେଁ? "।।।।-
-: କାହିଁକି ନୁହେଁ :-
ଯେତେବେଳେ ପ୍ରଶ୍ନ ଉଠେ ଭଲ ପାଇବାର, ଭ୍ରମିତ ଭ୍ରମରତୁଲ୍ୟ ମନ ଦେଖେନି ବାଛବିଚାର, ହେଲେ ଜୀବନ ସାଥି କଥା ଉଠିଲେ ସେ ଭ୍ରମାବସ୍ତା ସତ୍ୟତା ର ଚାବି ହଜାଇ ବସେ।
ଯେବେ ପ୍ରଶ୍ନ ଉଠେ ଉଚ୍ଚ ନୀଚ ର ହୃଦୟର ପ୍ରତିଦ୍ୱନ୍ଦୀ
ଯେମିତି ସମାନତାର ସ୍ୱର ଉତ୍ତୋଳନ କରେ, ହେଲେ ଆପଣେଇ ନେବାର ଦୋଛକିରେ ଏ ପ୍ରାଚୀର ଯେ ଚିର ବିଦ୍ୟମାନ, ଏ ସତ୍ୟ କୁ ଏଡାଇ ଦିଆଯାଇ ନ ପାରେ।
ଯେବେ ପ୍ରଶ୍ନ ଉଠେ ଧନୀ ଗରିବର ମାନବିକତା ସତେ ଯେମିତି ମୂର୍ତ୍ତିମନ୍ତ ବିଗ୍ରହ ପରି ପ୍ରତୀୟମାନ ହୁଏ, ହେଲେ ମାନବିକତା ବି ଆତ୍ମବଡିମାର କ୍ରୁରତାରେ ଚାପି ହୋଇ ସତ୍ତା ହରାଏ, ଏହା ନିଃସନ୍ଦେହ।
ଯେବେ ପ୍ରଶ୍ନ ଉଠେ ଗ୍ରହଣ କରିବା ନ କରିବାର ମନକୁ ଆନ୍ଦୋଳିତ କରେ ହଜାର ଆକାଂକ୍ଷା, ହେଲେ ସବୁରି ଭିତରେ ନିଜତ୍ୱ ପ୍ରଶ୍ନ କରେ "କାହିଁକି ନୁହେଁ "।।।।-
Sometimes you need to be alone. Not to be lonely, but to enjoy your free time being yourself...sometimes it's better to suppress what you feel Cz no one truly understand what you intend to share 😌
-
କଣ ବା ମୂଲ୍ୟ ସେ 500 ତଥାକଥିତ ବନ୍ଧୁଙ୍କ
ଯଦି ଏକାକୀ ଏ ହୃଦୟର ଭାବନା ବୁଝିବାକୁ ଜଣେ ବି ପ୍ରୟାସ କରନ୍ତିନାହିଁ..... ଜୀବନର ଚଲାପଥରେ ହୁଏତ ଅନେକ ସମୟରେ ଅନେକ ହାତର ସାହାରା ଆମକୁ ଗୁରୁତ୍ବପୂର୍ଣ୍ଣ ମଣିବାର ମରୀଚିକା ସୃଷ୍ଟି କରେ.... ସୁତରାଂ ମରୁଭୂମିର ମରୀଚିକା ଯେ ଅଧୁନା ସମାଜର ଦେଖଣାହାରୀ ବନ୍ଧୁମାନଙ୍କ ସହ ସମକକ୍ଷ ତାହା ମଣିବା ଭିତ୍ତିହୀନ ହେବ ନାହିଁ......-
बेवक्त बेवजह बेसबब सी बेरुखी तेरी,
फिर भी बेइंतहा तुझे चाहने की बेबसी मेरी।-
ପ୍ରତାରଣାର ଗୁଲାମ୍
ସ୍ୱପ୍ନ ପରି ଲାଗେ ଯେବେ କ୍ଷଣକ ପାଇଁ ହୃଦବୋଧ ହୁଏ ତୁମେ ସେଇ ଯେ ଦିନେ ସୁଖ ଦୁଃଖରେ ଅଗମ୍ୟ ପ୍ରାନ୍ତର ଯାଏ ହାତ ଧରି ଯିବାର ପ୍ରତିଶ୍ରୁତି ଦେଇଥିଲ.......ତୁମେ ସେଇ ଯେ ଦିନେ ଆଶା ଆକାଂକ୍ଷାର ବୀଜ ଅଙ୍କୁରିତ କରି ନୂତନ ପ୍ରାରମ୍ଭର ଉଦ୍ଦୀପନା ସୃଷ୍ଟି କରିଥିଲ... ତୁମେ ସେଇ ଯେ ସମୟର କ୍ଷତକୁ ପ୍ରଶମିତ କରି ସୁରଭି ସିଞ୍ଚିଥିଲ... ହେଲେ ହଠାତ୍ ଏ ଘନମାନସର କାଳିମା ଭିତରେ ବେଶ୍ଏକାକୀ କରି ହାତ ଛାଡ଼ିଦେଲ..... କୁଠାରଘାତକୁ ପାଶୋରି ନୂତନ ଆଶାକୁ ଉଜ୍ଜୀବିତ କରିବା ମୋର ଭୁଲ ଥିଲା ନା ତୁମେ ବି ସମୟର କରାଳ ଗର୍ଭରେ ପ୍ରତାରଣାର ଗୋଲାମ୍ ସାଜିଗଲ......
...... ବର୍ଷା......-
These days when I call someone it's like
"आपके द्वारा डाएल किया गया नंबर अभी दूसरे कल
पर ब्यस्थ है क्रिपिया प्रतीक्षा करे ओर कुछ समय
पस्चात दोबारा कोशिश करें "-
ଦରକାର ଠାରୁ ଅଧିକ ଲୁଣ ଖାଦ୍ୟକୁ ନଷ୍ଟ କରେ
ଦରକାର ଠାରୁ ଅଧିକ ଆଦର ସମ୍ପର୍କରେ ତିକ୍ତତା ସୃଷ୍ଟି କରେ।
-