ନିଜକୁ ଲେଖିକା କେବେ କହିନି ନା ପରିଚୟ ଲୋଡିଛି ,
ତଥାପି କିଛି ଲୋକଙ୍କୁ ମୋ ଲେଖା ଭଲଲାଗେ ବୋଲି ଲେଖିବା ଛାଡିନି।
ହଁ ବେଳେବେଳେ ବ୍ୟସ୍ତ ବହୁଳ ଜୀବନରେ ନିଜକୁ ହଜେଇ ଦିଏ,
ପୁଣି ହରେଇଦେଇଥିବା 'ମୁଁ' କୁ ନିଜ ଲେଖା ଭିତରେ ଖୋଜି ବୁଲୁଥାଏ ।
ଏଇଟା ସତ ଯେ ବିନା ସନ୍ଦେହରେ ମୁଁ ଖୋଜି ପାଏ ନିଜକୁ ,
କିନ୍ତୁ ଲୋକ ଟୁପୁରୁ ଟାପୁରୁ ହୋଇ କୁହନ୍ତି ଦେଖ ସେ ସ୍ବାର୍ଥପର କୁ।
ପୁଣି ଏଇ ନିରୀହ ମନଟା ଭାରି ଲାଗିଲେ ବସେ ଛାତଉପରେ ଜହ୍ନକୁ ଦେଖି ,
ଜହ୍ନ ବି କୁହେ ଏକା ଅନୁଭବ କରୁଛୁ ବୋଲି ମୋତେ ଦେଖୁଛୁ ନିରିଖି ।
କାହା ଉପରେ ରାଗିବି, କାହା ଉପରେ ହସିବି , କାହା ପାଇଁ କାନ୍ଦିବି ,
ଜୀବନ କାହାଣୀର ନିଜ ଖଳନାୟିକା ଭାଗ ନିଜ ହାତରେ କେମିତି ଲେଖିବି ।
ପୁଣି ମନେ ପଡେ ଏକା ସାଙ୍ଗରେ ମର୍ତ୍ତ୍ଯ ଓ ସ୍ବର୍ଗ ଦ୍ବାର ଯାଇ ହୁଏନି
ଠିକ୍ ଯେମିତି ଗୋଟେ ମଣିଷ ସମସ୍ତଙ୍କୁ ଖୁସିରେ ରଖିପାରେନି।
-