❓ଏହା କଣ ଜୀବନରେ ପରିବର୍ତନ ନୁହଁ ❓
ଅନ୍ଧାର ରାତିକୁ ଭୟ କରୁଥିବା ଲୋକଟି
ଆଜି, ଅନ୍ଧାରରେ ଚାଲିବା ଶିଖିଗଲାଣି...
ସ୍ବପ୍ନ ଦୁନିଆରେ ଘୁରି ବୁଲୁଥିବା ଲୋକଟି
ଆଜି, ନିଜ ସ୍ୱପ୍ନ ପୂରଣରେ ଲାଗିଗଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
ଭବିଷ୍ୟତ କଥା ଭାବୁନଥିବା ଲୋକଟି
ଆଜି, ଭବିଷ୍ୟତ ପାଇଁ ଲଢେଇ ଲଢ଼ିଲାଣି...
ଗୁରୁଜନଙ୍କ କଥା କାଟୁଥିବା ଲୋକଟି
ଆଜି, ଗୁରୁଜନଙ୍କ ଠୁ ଜ୍ଞାନ ଲୋଡ଼ିଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
ଦୁଃଖରେ ଭାଙ୍ଗି ପଡୁଥିବା ଲୋକଟି
ଆଜି, ଦୁଃଖରେ ବଂଚିବା ଶିଖିଗଲାଣି...
ସୁଖରେ ନାଚି ପକଉଥିବା ଲୋକଟି
ଆଜି, ସୁଖରେ ହସିବାକୁ ଭୁଲିଗଲାଣି...
ଏହା କଣ ଜୀବନରେ ପରିବର୍ତନ ନୁହଁ ?
-
3 APR 2025 AT 8:15