6 OCT 2019 AT 17:42

ମାଁ ମୁଁ କହୁଛି ତୋର ପୁତ୍ର ନୁହେଁ ତ କୁପୁତ୍ର
ମୋର ସାହସ ହେଉ ନାହିଁ ମାଁ ତୋ ସାମ୍ନାକୁ ଯାଇ ଜୁହାର ହେବାକୁ ,
ଆଦ୍ଯାଶକ୍ତି ମାଁ ଜଗତଜନନୀଙ୍କୁ କେଉଁ କଥା ଅଜଣା ଯେ,
ଯେଉଁ ଆଖି ସଦା ଲୋଳୁପ ଦୃଷ୍ଟି ପକାଏ,ଆଜି ଲାଜରେ
ତୋ ଉଜ୍ଜଳ,ତେଜଯୁକ୍ତ ଆଖି ଆଗରେ ଉଠି ପାରୁନି ମାଁ
ଅନ୍ୟର କରୁଣ ଚିତ୍କାର ଶୁଣି ଖୁସିହେଇଯାଉଥିବା ମନ ଆଜି
ତୋର ଘଣ୍ଟନାଦ ଶୁଣି ଥରି ଉଠୁଛି ମାଁ ।
କାମାସକ୍ତ ମନ ସବୁ ସୀମା ଟପିଗଲା ବେଳେ
ତୁ ମୋ ମସ୍ତିଷ୍କରେ ଶୂଳ ଦ୍ବାରା ଶକ୍ତ ପ୍ରହାର କଲୁନି କାହିଁକି ମାଁ ?
ବସ୍ତ୍ର ହରଣ କରି ପଶୁ ପାଳଟିଲାବେଳେ,
ତୁ ମୋ ଶିର ଖଡ୍ଗ ଦ୍ବାରା ଛେଦନ କଲୁନି କାହିଁକି ମାଁ ?
ପ୍ରାର୍ଥନା କରୁଛି ମାଁ ମୋ ପରି ପୁଅ କାହାକୁ ନ ମିଳୁ।
ମୋ ଭଳି ପୁଅ ପାଇ କୌଣସି ମାଆ ରକ୍ତର ଲୁହ ନବୁହାଉ,
ମୋ ଭଳି ଭାଇ ପାଇ କୌଣସି ଭଉଣୀର ମୁହଁ ଲାଜରେ ତଳକୁ ହୋଇନଯାଉ,
ତୋର ହାତ ଗଢା ଏ ସୁନ୍ଦର ସଂସାରରେ ମୋ ପରି କଳଙ୍କର ପାଦ ନ ପଡୁ ମାଁ 🙏






-