Banasmita Behera   (@Banasmita (Bunu))
152 Followers · 12 Following

An AgricuItural Engineer by profession and a writer by passion
Just love to write ...
Joined 1 April 2018


An AgricuItural Engineer by profession and a writer by passion
Just love to write ...
Joined 1 April 2018
15 MAY AT 21:42

ଜୀବନରେ ବୈଶାଖର ଝାଞ୍ଜି ପବନ
ଯେତେବେଳେ କାଳବୈଶାଖୀର ତାଣ୍ଡବ ରଚୁଛି
ସେତେବେଳେ ମୌସୁମୀର ଆଗମନରେ
ନା ମନରେ ଅଛି ଖୁସି ନା ଦୁଃଖ....

-


12 MAY AT 15:40

ସଂସାର ରୂପକ ଅଗ୍ନି କୁଣ୍ଡରେ
ମନର ଭାବନା କୁ ଆହୁତି ଦେଇ
ସ୍ୱାଧୀନତା ର ସ୍ୱାଦକୁ ଜାଳିଦେଇ
ନିଜର ଅସ୍ତିତ୍ବ କୁ ପୂର୍ଣ୍ଣାହୁତି ଦେବାର
ବିଭୀଷିକା କେତେ ଯେ କଷ୍ଟକର
ସେଇଟା କେବଳ
ଗୋଟିଏ ମାଆ ହିଁ ବର୍ଣ୍ଣନା କରିପାରିବ....

-


12 MAY AT 13:23

ତୁ
ମୋ କଳ୍ପନା କଲମରେ
ବାସ୍ତବତା ର କାହାଣୀ...
ମରୁ ମରୀଚିକା ରେ
ଅସରନ୍ତି ଜଳ ବିନ୍ଦୁ..
ମୋ ଅସମ୍ପୂର୍ଣ୍ଣ ଜୀବନରେ
ପୂର୍ଣ୍ଣତା ର କଥାବସ୍ତୁ......

-


6 MAY AT 23:38

You are unique..
You are irreplaceable..
You are independent..
You are incomparable..
So dnt compare
your strength with others...
You are best for your child...
No one can love your child like you...
Never question on your capabilities..
Never compare your child with others...
Because ""you are the what you are""..

HAPPY MOTHERS' DAY

-


4 MAY AT 10:41

ଭବିଷ୍ୟତ ପାଇଁ କାହିଁକି ଭାବିବି...
ମୁଁ ତ ମୋର ବର୍ତ୍ତମାନ କୁ ଖୋଜି ପାଉନି....

-


3 MAY AT 21:52

ଯଦି ରାମନବମୀରେ ଘରେ ମହାଭାରତ ହେଉଛି
ତାହେଲେ ଘରେ ଶକୁନି ନୁହେଁ ବିଭୀଷଣ ରହୁଛନ୍ତି.....

-


3 MAY AT 21:50

ମନେ ଅଛି ସେଦିନର କଥା...
ହାତରେ ଚା କପ ଧରି
ମୋ କଫି ମଗ କୁ କେମିତି ଦେଖୁଥିଲ
ଯେମିତି ସୂର୍ଯ୍ୟ ଚାହୁଁଥିଲା ସୂର୍ଯ୍ୟମୁଖୀ କୁ ଆଉ
ଜହ୍ନ ପଦ୍ମ ପାଖୁଡ଼ା କୁ....

-


2 MAY AT 15:46

ସଞ୍ଜ ନଇଁ ଗଲେ
ଗାଁ ମୁଣ୍ଡ ଭାଗବତ ଟୁଙ୍ଗି ରୁ
ଭାସିଆସେ ନିତିଆ ବୁଢ଼ାର ସ୍ୱର
ଡିବିରି ଆଲୁଅ ତଳେ ବସା ବାନ୍ଧିଥାଏ
କେତେ କେତେ ଆଖିର ଅସୁମାରୀ ସପନ
ତାଳ ଗଛରୁ ସେ ବାଇ ଚଢ଼େଇ ର କିଚିରି ମିଚିରି ଶବ୍ଦ
ତ ପୁଣି କିଆ ବୁଦା ମୂଳେ ଶୃଗାଳ ର ରଡ଼ି.

-


30 APR AT 12:03

ତୁମେ...
ମୋ ପ୍ରେମ ପରିଭାଷା ର ସଫଳ ରୂପାୟନ
ଉତ୍ତପ୍ତ ବାଲୁକା ରାଶିରେ ଶୀତଳ ସାଗର
ଅଦିନିଆ ଝଡରେ ସପ୍ତରଙ୍ଗି ଇନ୍ଦ୍ରଧନୁ...
ଦୁଃଖ ସାଗର ରେ ଅସମାପ୍ତ ଖୁସିର ଜୁଆର....

-


30 APR AT 11:54

ଛାଇ ଆଲୁଅ ର ପଶାପାଲି ରେ
ଅନ୍ଧାର ସିନା ଲୁଚିଯାଏ କିନ୍ତୁ
ମନ ଭିତରେ ଯେଉଁ କ୍ଷତ ରୂପକ ଅନ୍ଧାର ସୃଷ୍ଟି ହୁଏ
ନା ତାକୁ ସୂର୍ଯ୍ୟ ଦୁରେଇପାରେ ନା ଶହେ ତାରା....

-


Fetching Banasmita Behera Quotes