Susanta Swain   (ସୁଶାନ୍ତ ସ୍ବାଇଁ🌂)
1.0k Followers · 266 Following

Joined 3 August 2018


Joined 3 August 2018
1 MAY AT 22:21

ସବୁ ଶବ୍ଦ ମରିଗଲେ ଯାହା ରହେ ତାହା ହେଉଛି ପ୍ରେମ
ସବୁ ଶବ୍ଦ ସରିଗଲେ ଯାହା ରହେ ତାହା ହେଉଛି କବିତା....

-


30 APR AT 22:42

ମଣିଷ କେତେ ଅସହାୟ ହୋଇପାରେ
ମୁଁ ଅନୁଭଵ କରୁଛି
ଏଇ ଦେଖ
ତୁମ ପାଖରେ ସବୁ କିଛି ଅଛି
ଅଥଚ ମୁଁ ନାହିଁ.....
ଆଉ ମୋ ପାଖରେ ବି ଆଜି ସବୁକିଛିର ବନ୍ଦୋବସ୍ତ
ଅଥଚ ତୁମେ ଆସିବାର ସବୁ ରାସ୍ତା ବନ୍ଦ ହୋଇସାରିଛି।

-


30 APR AT 22:29

ଖାଲି ମୋତେ ନୁହେଁ
ଦିନେ ଆମ ସଭିଙ୍କୁ ବି
ସେଇ ସ୍ଥାନରେ ପହଞ୍ଚିଵାକୁ ହେବ
ଯାହାର ନାମ ହେଉଛି-
ନିର୍ଜନତା (ସମୟର ସହସ୍ର ନାମ ମଧ୍ୟରୁ ଗୋଟିଏ ଅବସ୍ଥା) !

-


30 APR AT 22:29

ଖାଲି ମୋତେ ନୁହେଁ
ଦିନେ ଆମ ସଭିଙ୍କୁ ବି
ସେଇ ସ୍ଥାନରେ ପହଞ୍ଚିଵାକୁ ହେବ
ଯାହାର ନାମ ହେଉଛି-
ନିର୍ଜନତା (ସମୟର ସହସ୍ର ନାମ ମଧ୍ୟରୁ ଗୋଟିଏ ଅବସ୍ଥା) !

-


17 APR AT 20:19

#ସ୍ବୀକାରୋକ୍ତି

କବିଟିଏ ଲେଖନୀ ଧରିଲେ କାଙ୍ଗାଳ ହେଇଯାଏ କି
ଲେଖନୀଟିଏ କବିକୁ କାଙ୍ଗାଳ କରିଦିଏ
ସେକଥା ମୁଁ ଆଜିଯାଏଁ ଜାଣିପାରିଲିନି।
ଯଦିଓ କବିମାନେ ଆର୍ଥିକ ଦୃଷ୍ଟିରୁ ଅସ୍ବଚ୍ଛଳ
ତଥାପି ସେମାନେ ନିଜର ଲେଖାଟିକୁ ପୁରା କରିବାରେ ନିଜର ସମଗ୍ର ସମ୍ଵଳ ବିନିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।
ବାସ୍ତବରେ ଭାଵନା ଠୁ ବଳି ବଡ ପୁଞ୍ଜି ଆଉ କିଛି କବି ପାଖରେ ନଥାଏ।
ସତରେ ସେଇ ଭାଵନା ହିଁ ତା ପାଇଁ ସଵୁକିଛି।
ସେଇ ହିଁ ହେଉଛି ତା' ପାଇଁ ତାର ବର୍ତ୍ତମାନ
ଆଉ ସେଇ ହିଁ ତା' ପାଇଁ ଆଗାମୀ କାଲିର ଭବିଷ୍ୟତ।
ସେ କେଵେ ଡରିନି,ନିଜକୁ ବି ଡରାଇନି
ଚାଲିଛି ତ ଚାଲିଛି
ଦୌଡୁଛି ତ ଦୌଡୁଛି
ଗୋଟିଏ ପଥରେ.....
କିନ୍ତୁ ମନେରଖ ସେ କେବେ କାହା ପାଇଁ ଅଟକି ଯିବନି।
କାହିଁକି ନା ସେ ଏମିତି କେତେ ଅତୀତକୁ ପଛକୁ ଠେଲି ଦେଇ ଆଗକୁ ବଢିଛି।

-


17 APR AT 20:18

#ସ୍ବୀକାରୋକ୍ତି

କବିଟିଏ ଲେଖନୀ ଧରିଲେ କାଙ୍ଗାଳ ହେଇଯାଏ କି
ଲେଖନୀଟିଏ କବିକୁ କାଙ୍ଗାଳ କରିଦିଏ
ସେକଥା ମୁଁ ଆଜିଯାଏଁ ଜାଣିପାରିଲିନି।
ଯଦିଓ କବିମାନେ ଆର୍ଥିକ ଦୃଷ୍ଟିରୁ ଅସ୍ବଚ୍ଛଳ
ତଥାପି ସେମାନେ ନିଜର ଲେଖାଟିକୁ ପୁରା କରିବାରେ ନିଜର ସମଗ୍ର ସମ୍ଵଳ ବିନିଯୋଗ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ।
ବାସ୍ତବରେ ଭାଵନା ଠୁ ବଳି ବଡ ପୁଞ୍ଜି ଆଉ କିଛି କବି ପାଖରେ ନଥାଏ।
ସତରେ ସେଇ ଭାଵନା ହିଁ ତା ପାଇଁ ସଵୁକିଛି।
ସେଇ ହିଁ ହେଉଛି ତା' ପାଇଁ ତାର ବର୍ତ୍ତମାନ
ଆଉ ସେଇ ହିଁ ତା' ପାଇଁ ଆଗାମୀ କାଲିର ଭବିଷ୍ୟତ।
ସେ କେଵେ ଡରିନି,ନିଜକୁ ବି ଡରାଇନି
ଚାଲିଛି ତ ଚାଲିଛି
ଦୌଡୁଛି ତ ଦୌଡୁଛି
ଗୋଟିଏ ପଥରେ.....
କିନ୍ତୁ ମନେରଖ ସେ କେବେ କାହା ପାଇଁ ଅଟକି ଯିବନି।
କାହିଁକି ନା ସେ ଏମିତି କେତେ ଅତୀତକୁ ପଛକୁ ଠେଲି ଦେଇ ଆଗକୁ ବଢିଛି।

-


6 APR AT 16:07

ଦେହ ଆଉ ମନ ଦୁଇଟା ଅଲଗା କଥା।
ମନ ଓ ଦେହ ଏକାଠି ହୋଇଗଲେ ସବୁକିଛି ମିଛ ଲାଗେ।
ମିଳନ ହିଁ ଦୁନିଆର ଅନ୍ୟତମ ଶ୍ରେଷ୍ଠ ସତ କଥା।

-


6 APR AT 16:01

ପୁରୁଷମାନେ
ସବୁ ପାଇ ବି ଅତୃପ୍ତ ହୁଅନ୍ତି କାହିଁକି?
ପୁରୁଷମାନଙ୍କର
ଏଇ ଅତୃପ୍ତପଣିଆ ବୋଧେ ତାଙ୍କର ପୁରୁଷପଣିଆ!

-


26 MAR AT 8:53

ଅନ୍ୟର ଶୂନ୍ୟସ୍ଥାନଟିକୁ ପୂରଣ କରିବାକୁ ଯାଇ
ନିଜର ସ୍ଥାନଟିକୁ ସଂପୂର୍ଣ୍ଣ ଭାବରେ ହରାଇ ବସିବା ବି
ଏକ ପ୍ରକାରର ପ୍ରେମ !!!!

-


3 MAR AT 22:21

ସେବିକା ନୁହେଁ
ଶ୍ରଦ୍ଧାର ପାତ୍ରୀ ତୁମେ ମୋ ପାଇଁ.....
ଯାହାର ଶେଷ ନାହିଁ.....।
ଅବସାନ ନାହିଁ.....।
ଲୀନ ହେବାର ପରକାଷ୍ଠା ବି ନାହିଁ।


-


Fetching Susanta Swain Quotes