ଚହଲା ସେ ନଈ ତୁଠ, ତୁଠ ପଥରରେ
କଅଁଳ ତା 'ପାଦକୁ ବାରମ୍ବାର ଘସି
କାଶତଣ୍ଡୀ...
ପରଖୁ ଥିଲା ତା' ଗୋରା ପାଦର ତୋଫା ପଣକୁ ll
ଗହମ ରଙ୍ଗର ପାଦ ଆଉ ତା ସବୁଜ ରଙ୍ଗର ମନ କୁ
ବୁଝିବାରେ ମଗ୍ନ ଥିଲା ନଈର ସେ ଚହଲା ପାଣି ll
କହି ପାରୁ ନ ଥିବା ଭାବ ଆଉ ହଜାଇ ପାରୁ ନ ଥିବା ଆବେଗ କୁ
ଛାତି ରେ ଜାକି ଧରି ନୀରବି ଯାଇ ଥିଲା ନଇ ll
ସେ ଜାଣି ଥିଲା ପାଟି ଫିଟିଲେ କାଶତଣ୍ଡୀ ର ଗୋରା ପାଦ
ଆଉ କେବେ ପଡିବନି ତା' ଛାତିରେ....
ଛାତି ଆଉ କମ୍ପି ବନି ଯନ୍ତ୍ରଣାରେ...
ଝରି ବନି ଲୁହ ତା' ଆଖିରୁ ଝର ଝର
ପଥର ପାଲଟି ଯିବ... ତୁଠ ପଥର ପରି.... ସେ ନିଜେ ll
ଅଳସି ସେ କାଶତଣ୍ଡୀ ଏମିତି ଅଳସ ଭାଙ୍ଗୁ ଥାଉ ନିତି ନିତି ନଇ କୋଳେ..
ତା 'ର ଅଳସ ପଣରେ ଆୟୁଷ ବଢ଼ୁ ଥାଉ ମୃତ ନଈର ll
-