Manoj   (Manoj✍️)
42 Followers 0 Following

Maa ka pyarr mera intezarr kar raha hai
Joined 21 December 2020


Maa ka pyarr mera intezarr kar raha hai
Joined 21 December 2020
13 JAN AT 7:57

ହେଇ ଦେଖ !
ମୋ ସାହିରେ ପୁଣି ମକର ଆସିଛି,
କେତେ ଗୁଡି କଟିଯିବ
ଏଥର ବି ସମ୍ପର୍କ ର ମଞ୍ଜରୁ

ନୂଆ ଗୋଟେ ଆକାଶ ର ସ୍ବପ୍ନରେ
ନରମ ଡେଣାରେ ଖଣ୍ଡିଉଡା ଦେବେ
କିଛି ଡେଣା କଟା ପାରା
ତା' ସାହି ମସ୍ ଜିଦ୍ ଉପରୁ ।।

-


23 DEC 2023 AT 19:41

ଏ ଡିସେମ୍ବର ର ଶୀତ
ଆଉ ଧୀର କାଲୁଆ ପବନ
ଏ ମଖମଲ୍ଲୀ ତୁଳା ପୋଷାକରେ,
ଶୀତ ହଜେନା...
ପାରିବ ତ
ଗାଁ ମାଟି ପିଣ୍ଢାରୁ ଚେନାଏ କଅଁଳ ଖରା
ଆଉ କିଛି ଅଳିଆ କାଠିକୁଟା ନେଇ ଆସିଥିବ ।।

-


25 NOV 2023 AT 9:30

କାହିଁକି ଆଜି ଏ କବି ନୀରବ ?
ଆଉ ନୀରବ ସେ କାଗଜର ଫର୍ଦ୍ଦ ,
ଆଉ କଲମ ସ୍ୟାହି
ଯାଅ ଦେଖିବ
କୁଢ କୁଢ କବିତାର ଶବ
ଆଜି ତୁମ ବାଟକୁ ଅପେକ୍ଷାରତ
ଏସବୁ ପାଇଁ କେବଳ, ତୁମର
ସେ ଅବୁଝା ମନଟେ ହିଁ, ଦାୟୀ ...

-


5 OCT 2023 AT 21:20

ସମୟ ଅନୁସାରେ
ଏଠି ସବୁ କିଛି ବଦଳିଗଲା
ଗାଁ ବଦଳରେ ଗୋଟେ ନୂଆ ସହର,
ସହରର ଭିଡ ଭିତରେ କେତେ ଅଚିହ୍ନା ଚେହେରା,
ଆଉ ସେ ଚେହେରା ଭିତରେ
ନିତି ଆପଣାର ସବୁ ଙ୍କୁ ଖୋଜିବୁଲି
କର୍ତ୍ତବ୍ଯର ବୋଝକୁ ମୁଣ୍ଡରେ ଥୋଇ...
ଆଗେ ଆଗେ ଚାଲୁଥାଏ ଜୀବନ
ପଛେ ପଛେ ଧାଉଁଥାଏ ମୁଁ....!

-


24 SEP 2023 AT 11:54

ଭାଙ୍ଗିବାକୁ ଦିଅ ଥରେ ମୋତେ ବି ଦୁନିଆ କଥାରେ
ଶୁଣିଛି, ଚାହିଦା ବହୁତ ଏଠି ନୂଆ ହେଇ ଗଢିହେଲେ ।।

-


20 SEP 2023 AT 18:09

ବ୍ୟସ୍ତବହୁଳ ଭିତରେ, ଜୀବନ ଟିକିଏ
ନିରେଖି ଦେଖେ
ଖୁସିର ଦିନ ଗୁଡ଼ିକୁ,
କ୍ୟାଲେଣ୍ଡର ର ପୃଷ୍ଠା ବଦଳାଇବାର ....

-


16 SEP 2023 AT 8:34

ଭାବୁଛି,
ଉଧାର ମାଗି ଆଣିବି
କିଛି ଜୀବନ
ସେ ରାସ୍ତା କଡର ପିଲାଟା ଠାରୁ ।
ତା' ପରେ ହୁଏତ ବୁଝି ପାରିବି
ଜୀବନର ବାସ୍ତବତା। ।।

-


26 MAY 2023 AT 18:34

ଊଫ୍ ! ଏ ମଇ' ର ଗ୍ରୀଷ୍ମ ରେ
ଏ ଡହ ଡହ ଖରା ।
ନିତି ଜାଳିହୁଏ ତୁମ ସହର
ବାସ୍ ରହିଯାଏ ମୋର
ମେଞ୍ଚାଏ ସ୍ୱପ୍ନ ଆଉ କିଛି ଆଶା ।।

-


11 MAY 2023 AT 20:55

ଜୀବନର ଜଞ୍ଜାଳ ଭିତରେ
ନିତି ଜଳୁଥିବା ମଣିଷଟେ
ନୀରବୀ ଯିବା ଆଗରୁ
କେବେ ମୋତେ ସଜାଡି ନେଇଥିଲେ
ମୁଁ ଜାଣି ପାରିଲିନି ?

-


8 MAR 2023 AT 14:55

କିଛି ଜୀବନ ବନ୍ଧା ଥିଲା ,
ତୁମ ପାଖରେ..
ଢାଳିହେବାକୁ ଏଇ ନିଅଣ୍ଟିଆ
ଫଗୁଣର ରଙ୍ଗରେ

-


Fetching Manoj Quotes