QUOTES ON #ସେଇବର୍ଷାଦିନ

#ସେଇବର୍ଷାଦିନ quotes

Trending | Latest
17 JUL 2018 AT 4:15

ଜୀବନ ର ସେଇ ଦୁଇ ଦିନ, ଅନବରତ ବର୍ଷା ଝରିଥିଲା ଦୁଇ ନୟନ ରୁ ।
ଯେଉଁଠି ଦିନ ର ଚିହ୍ନ ବର୍ଣ୍ଣ ନଥିଲା ।
ଥିଲା ତ କେବଳ ପ୍ରତାରଣା ର, ଅମା ଅନ୍ଧକାର ରାତି ।
ମନ ଆକାଶ ରେ ଏମିତି କଳା ବାଦଲ ଢାଙ୍କି ହୋଇଥିଲା ଯେ,
ସତେ ଯେପରି ସେହିଦିନ, ଏ ପୃଥିବୀର ଅନ୍ତ ହୋଇଯିବ ।
ନା ବିଜୁଳିର ଭୟ ଥିଲା, ନା ବଞ୍ଚିବାର ସ୍ପୃହା ।
ଥିଲା ତ କେବଳ ଏକ ପାଷାଣ ଶରୀର ।
ସେଇ ବର୍ଷାଦିନ କଥା ଏବେ ବି ଭାବେ ତ,
ଲୋମ ଶିହରି ଉଠେ ।

-


16 JUL 2018 AT 20:18

ବର୍ଷା ଆଉ ପୁରୁଣା ଗୀତ
ବୋଧେ ଖୁବ୍ ପାଖା ପାଖି ।
ଛୁଇଁ ଛୁଇଁ ଯାଉଥିବା ଏ
ଭିଜା ଭିଜା ରାତି ,ଏ ଏକଲାପଣ,
ବାହାରେ ବର୍ଷା ର ଧାରା
ଆଉ ଭିତରେ ହାଜିଲା ସ୍ମୃତି ,
କାହିଁକି କେଜାଣି ବେଳେ,
ବେଳେ ଭଲ ଲାଗେ ମାଡିପଡୁଥିବା
ଏ ନିଛାଟିଆ ବର୍ଷା ର ,
ଚିହ୍ନା ଚିହ୍ନା ରାତି।

-


17 JUL 2018 AT 1:01

ଦୁଇଦିନ ବର୍ଷାରେ ମୁଁ ଅଟକିଲି ସ୍ମୃତିର ଅଇନାପାଖେ
ଦିଶିଗଲା ପାଣିସୁଏ ଭସାଭସା କାଗଜଡଙ୍ଗାର ଦୄଶ୍ଯ
ପିଲାଦିନ ଝଡିବେଳେ ସ୍କୁଲ୍ ବନ୍ଦ୍ ,ଆଣ୍ଠୁଏ ପାଣିରେ
ପ୍ଯାଣ୍ଟ୍ ଟେକି ଓଦାହୋଇ ଭୋଗୁଥିବା ଥଣ୍ଡା ସର୍ଦ୍ଦି କାଶ ।
ଦୁଇଦିନ ବର୍ଷାରେ ମୁଁ ଅଟକିଲି କଦମ୍ବ ଗଛରେ
ରୋମାଞ୍ଚରେ ଭରିଗଲା ତନୁ ମନ ପ୍ରିୟାକଥା ଭାବି
କେମିତି ମୁଁ ଲେଖୁଥିଲି ସାରାରାତି ଟପ୍ ଟପ୍ ବର୍ଷାର କବିତା
ଉପହାର ଦେବାପାଇଁ ଆଙ୍କୁଥିଲି ଇନ୍ଦ୍ରଧନୁ ଛବି ।
ଦୁଇଦିନ ବର୍ଷାରେ ମୁଁ ଅଟକିଲି ସ୍ମାର୍ଟସିଟି ଇସ୍କନ୍ ରାସ୍ତାରେ
ଦେଖିଲି ମହାନଦୀ ଶୁଖିନି ତ,ଉଜାଣି ବହୁଛି
ବୋଇତ କି ଡଙ୍ଗା ଡିଙ୍ଗୀ ପୁରାତନ ଯାନ ବଦଳରେ
ଆଧୁନିକ କାର୍ ବସ୍ ଝୁଲିଝୁଲି ପାଣିରେ ଭାସୁଛି ।
ଦୁଇଦିନ ବର୍ଷି ବର୍ଷି ରାଗ ତା'ର ତଥାପି ଥମୁନି
ଆଗକୁ ସେ ଟ୍ରେନ୍ ପ୍ଲେନ୍ ଯାତ୍ରା ବୋଧେ କରିବ ଅଚଳ
ବର୍ଷାପାଇଁ ଦୁଇଦିନ ଘରେ ବସି ଛୁଟି ମୁଁ କାଟୁଛି
ଘଡଘଡି ଡାକରେ ସେ କହିଲାଣି ବର୍ଷିବ ପ୍ରବଳ ।

-


16 JUL 2018 AT 22:45

ମନେପଡ଼େ ଆଜିବି ସେଇବର୍ଷାଦିନ

ଗୋଟିଏ ଛତାତଳେ ସେ ଆଉ ମୁଁ

ମୁଁ ଆଉ ସେ ଆଉ ଆମ ସହିତ

ଅଚିହ୍ନା ଅଚିହ୍ନା ଶିହରଣ l

ସେତେବେଳ ବର୍ଷାର ରୁମ୍ଝୁମ

ସ୍ଵରଟାବି ଟାଣି ନେଉଥାଏ ମନ l ll

ନୀରବବି ଗାଈ ଯାଉଥାଏ ପ୍ରେମର କବିତା

ଆଖି ଟାଣି ନେଉଥାଏ ହ୍ରୁଦୟର କଥା l

କେତେବେଳୁ ହାତରୁ ଯେ ଖସିଯାଏ ଛତା l

ଦୁଇ ଆତ୍ମା ମିଳନର ଲେଖିଯାଏ ଗାଥା l ll

-


16 JUL 2018 AT 21:37

ବରଷାର ପ୍ରଥମ ଛିଟା, ଲାଗେ ଭାରି ମିଠା ମିଠା,
ଆନନ୍ଦରେ ମନ ନାଚି ଉଠେ, ଦେହ ହେଇଯାଏ ଓଦା |
ଅବେଳରେ ଝରିଯାଏ, ଅକୁହା କଥା ମାନ କହିଯାଏ |
କେତେବେଳେ ଦୁମ ଦୁମ ନାଦରେ କେତେବେଳେ
ଝୁମ ଝୁମ ପାଉଁଜି ସ୍ବରରେ |

ବର୍ଷା ଭିଜା ମାଟି କାହାର ମନକୁ ବା ମୋହେନି,
ଦେହକୁ ତ ଭିଜେଇଦିଏ ହେଲେ ଭିଜେଇପାରେନି ମନକୁ |
ବରଷା କାହାପାଇଁ କାଳ ସାଜି ହୋଇ ଆସେ ଆଉ
କାହାପାଇଁ ଇନ୍ଦ୍ରଧନୁର ସାତ ରଙ୍ଗ ନେଇଆସେ |
ବରଷା ସେତ ଚାଷୀ କୂଳର ଭରସା |

ବରଷା ରାଣୀଲୋ ବରଷା ରାଣୀ,
ବାଦଲ ଭିତରେ ରହି ମାରୁ ଫୁଟାଣି |
ଟୁପୁରୁ ଟାପୁରୁ ଶବଦ କରି,
ମନ କରିଥାଉ ଚୋରି |

-


17 JUL 2018 AT 10:34

ସେଇ ବର୍ଷାଦିନ :
ବରଷାକୁ ଡରି ଗାଆଁରୁ ଆସିଲି
ସହରେ ଗଢିଲି ଘର !
ଦି ଦିନର ବର୍ଷା ଆଣ୍ଠୁଆଣି କଲା
ଆଖିରୁ ଝରିଲା ଝର !
ଜଳାର୍ଣ୍ଣବ ହେଲା ସହରର ଗଳି
ଘରେ ପ୍ରବେଶିଲା ପାଣି !
ଆକାଶରେ ବର୍ଷା ମୁରୁକି ହସୁଛି
ଯମୁନା ବହେ ଉଜାଣି !
ମନଇଛା ଯିଏ ଯେ'ପାରେ ଯେମିତି
ସହରେ ତୋଳିଲେ ଘର !
ପ୍ରାକୃତିକ ନାଳ ପୋତା ପଡିଗଲା
ଜବରଦଖଲେ ଖର !
ନିଜଭୁଲ କ'ଣ ଦିଶୁଛି ପଦାକୁ
ସବୁଦୋଷ ଏ ବର୍ଷାର !!

-


16 JUL 2018 AT 22:08

ସେଦିନ ସ୍କୁଲ ରେ "rainy day "ଘୋଷଣା କରାଗଲା. ମୁଁ ପୁରା କୁଦା ମାରି ଘରକୁ ଯିବା ପାଇଁ rainycoat ବ୍ୟାଗ ରୁ ବାହାର କଲି. ବାପା ମୋ ପାଇଁ ନୂଆ କରି କିଣିକି ଆଣିଥିଲେ,ଏଥର ବର୍ଷା ଦିନ ପାଇଁ. ସ୍କୁଲ ରୁ ବାହାରି ବାଁ ପଟେ ଗଲେ ଗୋଟେ ପୋଲ ପଡେ, ଭାବିଲି ଜଲଦି ଘର କୁ ଯିବା ଅପେକ୍ଷା,ଟିକେ ବୁଲା ବୁଲି କରି ଯିବି.ପୋଲ ପାଖରେ ଗୋଟେ ବିରାଟ ବର ଗଛ ଅଛି.ସେଠି ସାଇକେଲ ଟା କୁ ରଖି, କାଗଜ ଡଙ୍ଗା ତିଆରି ପୋଲ ତଳକୁ ଯାଇ ବର୍ଷା ପାଣି ରେ ଭସେଇ ବୋଲି ଭାବିଲି.ହଠାତ ଗଛ ଆରପଟରୁ କାହାରି କଥା ବାର୍ତା ଶୁଣିବାକୁ ପାଇଲି. ମୋର ସମ ବୟସ୍କ ଗୋଟେ ପିଲାମାନେ ତା ସାନ ଭାଇ କୁ ଧରି,ବର୍ଷା ରେ ମୁଣ୍ଡ ଗୁଞ୍ଜିବା ପାଇଁ ଠିଆ ହୋଇଛି.ମୋତେ ଦେଖି ଟିକେ ଡରିଗଲା. ମୁଁ raincoat ଟା ପିନ୍ଧିକି ପୁରା କୋଈ ମୀଲଗୟା ଚଳଚିତ୍ର ର ଯାଦୁ ଭଳିଆ ଦେଖା ଯାଉଥିଲି. ପରେ ପାଖକୁ ଯାଇ କଥା ହେବାରୁ ଜାଣିଲି,ପାଖରେ ଥିବା ବସ୍ତି ରେ ସେ ରୁହେ,କିନ୍ତୁ ଏତେ ବର୍ଷା ଯୋଗୁ ତା ଘର ପାଣି ରେ ବୁଡି ଯାଇଛି. ମୁଁ ତ ତାକୁ ପୋଲ ତଳକୁ ସାଙ୍ଗ ହୋଇ ଯିବା ପାଇଁ ପଚାରିବାକୁ ଆସିଥିଲି. କିନ୍ତୁ ତାର ନିଜର ଘର ହିଁ ନାହିଁ. Raincot କାଢିକି ତାକୁ ପିନ୍ଧିବାକୁ ଦେଲି.ପ୍ରଥମେ ମନା କଲା. ଜଲଦି ଛୁଟି ହଇଯାଇଥିବାରୁ ଲଞ୍ଚ ବକ୍ସ ରେ ଖାଇବା ଥିଲା.ବକ୍ସ ଟା ତାକୁ ନେଇକି ଦେଲି.ମୁଁ ସାଇକେଲ କାଢି ଘରକୁ ଯିବା ପାଇଁ ପେଡାଲ ମାରିଲା ବେଳକୁ,ପଛରୁ ସେ କହିଲା,ଥାଙ୍କ ୟୁ!ଘରେ ପହଂଚି ବା ଯାଏଁ ତାରି କଥା ଖାଲି ଭାବି ହେଉଥିଲି,ସେ ଇଂଲିଶ କେମିତି କହିଲା? ଘରେ ସମସ୍ତେ ମୋ କଥା ଶୁଣି ନ ରାଗିବା ଆଉ ଖୁସି ହେଇ ସାବସି ଦେବା,ମୋତେ ଚକିତ କଲା.ଏବେ ବି ମୁଁ ଭାବେ ସେଇଦିନ ବର୍ଷା କିଛି ଅଲଗା ପ୍ରକାରର ବରଷି ଥିଲା.

-