QUOTES ON #SAVENATURE

#savenature quotes

Trending | Latest
15 APR AT 22:30

ଅପରାହ୍ନ ଏଠି ଲମ୍ବି ଆସେ
ବୁଢାତାଳ ଗଛର ଆଲମ୍ବ ଛାଇରେ
ମୃଗତୃଷ୍ଣା ବି ଝାଉଁଳି ପଡେ
ଆକାଶର ରକ୍ତିମ କବରୀରେ
ବେନାମୀ ପ୍ରଣୟୀ କାହିଁକି ଆନ୍ଦୋଳିତ
ଏ ଚଇତି ସଞ୍ଜର ସୁଦୀର୍ଘ ସନ୍ତର୍ପଣରେ.....

ଆଜି ଖାଲି ମନେପଡେ
ସେଦିନର ଶେଷ ବସନ୍ତର ଚିଠି,
ଧୂଳିଭର୍ତ୍ତି ନିଶ୍ଚଳ ଯନ୍ତ୍ରଣା ଓ ନିଷ୍ପ୍ରାଣ
ଅକ୍ଷର ଗୁମୁରି ବାହୁନେ
କାଗଜର ସୁଠାମ ବଦନରେ
ସେ ଦେଖା ଆଜିବି ସାଇତା
ତା କମିଜ୍ ରେ ଚା'ର ବାଦାମୀ ଦାଗରେ...

ନିଷ୍ଠୁର ଏ ସମୟ ବାଟଭାଙ୍ଗେ
ଅପାସୋରା ସ୍ମୃତିର ନିଃଶବ୍ଦ ଇଲାକାରେ,
ମନ ହୁଏ ଆନ୍ଦୋଳିତ ନିର୍ବାସିତ
ପ୍ରୀତିର କ୍ଷଣିକ ସୁଗନ୍ଧରେ
ମୋ ଆଖି ନିଗାଡୁଥାଏ ସବୁ
ଏକ ଅଭୂଲା ସାୟାହ୍ନରେ....

-


22 MAR AT 14:04

ಇಂದು ವಿಶ್ವ ಜಲ ದಿನ
ಶೀರ್ಷಿಕೆ: ಶರಣು ಎನಬಾರದೆ

ದಾಹ ತೀರಲು
ನೀರನು ಅರಸುವೆವು
ದಾಹ ಇಂಗಿಸಿದ ಜಲಕೆ
ಶರಣು ಎನಬಾರದೇ?!

ಬೆಳೆಯ ಬೆಳೆಯಲು
ಮಳೆಗೆ ಕಾಯುವೆವು..
ಇಳೆಯ ನೆನೆಸಿದ ಮಳೆಗೆ
ಶರಣು ಎನಬಾರದೇ?!

-


11 MAR AT 12:02

ଏ ରଙ୍ଗହୀନ ମଳୟରେ
ପ୍ରୀତିର ସରୁ ଖିଅଟେ ଲାଗିଛି,
ବସନ୍ତର ଉଚ୍ଚାଟରେ ଦିଗହରା ମଧୁପ
ବାଟବଣା ହୁଏ ତା ସିନ୍ଦୁରା କାନ୍ତିରେ,
ମୁଁ ଖୋଜିପାଏ ତାକୁ
ଏକ କ୍ଲାନ୍ତ ଅପରାହ୍ନରେ.....

ପାହାଡର ଦୁର୍ଗମ ଲଲାଟ ପୂରିଉଠେ
ତା ଅବଗୁଣ୍ଠିତ ଲାଲିମାରେ,
କୋଇଲିର ଅଭିଲାଷ ପୂର୍ଣ୍ଣ ପ୍ରାୟ
ଥୁଣ୍ଟାଗଛର କଁଅଳ ଦୋଳିରେ,
ସେ ବିଛେଇ ପଡେ ମାଟିର ଧୂସର ପଣତରେ...

ପ୍ରଣୟିନୀ ସିଏ ଫଗୁଣର
ତା ସାଇତା ନୈବେଦ୍ୟରେ,
ଉଦବିଗ୍ନ ହୁଏ ବସନ୍ତର
ନିଃଶବ୍ଦ ମୂର୍ଚ୍ଛନାରେ,
ସେ ଆନମନା ହୁଏ ପଶ୍ଚିମର
ସରମୀ ସାୟାହ୍ନରେ.....

-


10 MAR AT 12:51

जिस भूमि पर है वास देवों का
उस भूमि का दर्द लिखता हूँ
पहाड़ो के उस पानी का
उन नादियों का उस घाटी का
उन बांज़ बुरांस के पेड़ो का
रीति रिवाज़ और मेलो का

अपनी भाषा और बोली का
सांस्कृति और धरोहर का
कटटे हुए जंगलो का
विलुप्त होते पहाड़ो का
अपने लोक पर्व त्योहारों का.....!!

जो मचा रहि हैँ शोर अभी भी
इन विलुप्त होती धराओं का
इन सबको हमें बचाना है
भू कानून लाना है....!!

उत्तराखंड मांगे भू कानून

-


6 MAR AT 0:25

-


21 FEB AT 23:18

ରାତି ନୁହେଁ ଏଠି ହୃଦୟର ତାତି
ଉଜାଣି ଭାଙ୍ଗୁଛି ଛାତିରେ,
ଓଠର ତୀରରେ ଉଛୁଳେ ଦରଦ
ମନ ମୋ ଜଳାଏ ଭିତରେ।
ଆଶା ବୈତରଣୀ ଶୁଖିଲା ପଡିଛି
ନଥାଏ ସପନ ନଉକା,
ଉଇ ଲାଗିଯାଏ ଅଭିଳାଷା କେତେ
ମଳୟ ପବନ ତରକା।
ଦୂର ଉପବନ ନିର୍ଜନ ବେଳାରେ
ଆଲମ୍ବ ପଥଟି ଲମ୍ବିଛି,
ମେଘର ଛାୟାରେ ପୂର୍ଣ୍ଣିମାର ଜହ୍ନ
ଉପହାସ ଚାହିଁ କରୁଛି।
ଭଗ୍ନ ପ୍ରାୟ ଏଠି ଭାବନାର ସେତୁ
ଭାଙ୍ଗିଦେଇ ଗଲା ତିମିରି,
ଦିଗମ୍ବରୀ ଏଠି କୋହର ପରିଧି
ଅଭୁଲା ସ୍ମୃତିକୁ ଝଞ୍ଜାରି।
ମୂଲ୍ଯହୀନ ଆଜି ଶତାବ୍ଦୀର ଇଚ୍ଛା
ଶବ୍ଦହୀନ ଏଇ ପ୍ରଣୟ,
କାଚର ପିଆଲା ତୁଟିଗଲା ପଡି
ସବୁ ସଂଶୟର ବିଲୟ।

-


10 FEB AT 23:07

ଅଳସୀ ଧରାରେ ଉଜାଣି ଭାଙ୍ଗୁଛି
ସୁନେଲି ସୋରିଷ କ୍ଷେତ,
ବହୁଛି ମଳୟ ଚନ୍ଦନ ସୁବାସେ
ରାଗିଣୀ କୋଇଲି ଗୀତ।
ବଉଳ ଲଦିଛି କଅଁଳ ତରୁରେ
ରକମ କୁସୁମ ଫୁଟେ,
ମଧୁର ଲୋଭରେ ପାଗଳ ଭ୍ରମର
ସୁନ୍ଦର ସରସୀ ତଟେ।
ଆନମନା ଆଜି ପାହାଡୀ ତଟିନୀ
ଅରଣ୍ୟ ବୁକୁରେ ନାଚେ,
ଶ୍ଯାମଳ ଆଭାର ସ୍ବର୍ଣ୍ଣିମ ଓଢଣୀ
କୁଆଁରୀ ପ୍ରକୃତି ଲୁଚେ।
ନଭରେ ରଙ୍ଗର ମେଲଣ ସଜେଇ
ତପନ ପଶ୍ଚିମ କୋଳେ,
ଶେଫାଳି ମହକ କିମିଆଁ କରୁଛି
ବିଦୂରେ ନିରଧି ରୋଳେ।
ଝିଙ୍କାରି ଝଙ୍କାର ରାତିର ଗର୍ଭରେ
ମୃଦୁ ଶିହରଣ କରେ,
ପିଆସି ଓଠରେ ପ୍ରମୋଦ ଭରିଣ
ଛାତିରେ କୋହକୁ ମାରେ।

-


6 FEB AT 23:52

ଜୀବନ ଜୁଇଟା କୁହୁଳି ଜଳୁଛି
ଧୂଆଁ ତ ଉଠୁଛି ପ୍ରବଳ,
ଲୁହରେ ନିଗିଡେ ସାଇତା ସନ୍ତାପ
ରସିକ ହୁଅଇ ବ୍ଯାକୁଳ।
ମରମ ତଳରେ ମହମ ବିଛେଇ
କରୁଛି କେତେ ସେ ଛଳନା,
ବାଲିଘର ପରି ସପନ ସଜେଇ
ବାଟ ଭାଙ୍ଗିଯାଏ ଲଳନା।
ସଂକୀର୍ଣ୍ଣ ଭାବନା ଦୂର ଅଭିସାରେ
ଅନ୍ଧାରୀ ମୂଲକେ ଲୁଚିଛି,
କାହିଁକି କେଜାଣି ପ୍ରଣୟୀ ହୃଦୟ
ମଲାଜହ୍ନଟାକୁ ଖୋଜୁଛି।
ବିରହ ବେଳରା ବେଦନା ବିଧୂର
ପ୍ରେମିକ ପିଉଛି ମଦିରା,
ହାତରେ ପିଆଲା ଓଠରେ ଦରଦ
ପାଖରେ ଶୂନ୍ଯତା ହାଜିରା।
ଲହୁର ସ୍ଯାହିରେ ଲେଖନୀ ଚଲାଏ
ଭିଜାଏ ସଫେଦ ଫର୍ଦ୍ଦରେ,
ଅନାଇ ବସିଛି ଅଧୁରା ମୁହାଁସ
ଧୂସର ବସନ୍ତ ବିଭାରେ।

-


2 FEB AT 21:57

Religious preachers should also talk about the environment / pollution/global warming social Responsibilities etc. every negative change is not due to our sins some are due to our irresponsible behaviour.

-



इंसान चाहे कितनी भी कोशिश कर ले,
प्रकृति की कारीगरी की बराबरी नहीं कर सकता।

प्रकृति में एक शुकून है,एक ठहराव है,
कृत्रिम जगत उतना ही खोखला और नीरस है।

वादियों, पहाड़ों, को देख मन प्रसन्न होता है।
और ऊॅंची इमारतों को देख माथे पर बल पड़ जाते है।

प्रकृति देना जानती है, और जब लेती है,
तब कुछ नया श्रृजन करती है, रखती कुछ नहीं।

कृत्रिम जगत लेना जानती है, और जब देती है,
तब बदले में आजादी ले लेती है, बचता कुछ नहीं।

प्रकृति में मुक्ति के,मोक्ष के मार्ग छुपे हैं,
कृत्रिम जगत माया है, छल-कपट,भटकाव का मार्ग।

-