ଆଶଙ୍କା ର ସେହି ମନେ ଆଚ୍ଛାଦିତ ହୋଇ ରହିଛି ତୁମରି ଭାବନା ,
ମୋ ମନେ ଉଠିଥିବା ସେଇ ଉଦବେଗ ର ଲାଜକୁଳି ଲତାକୁ ଛୁଇଁ
ଦେଇ ଯାଏ କରି କେତେ ବାହାନା
କଳା ନାରଙ୍ଗି ମେଘ କୁ ଦେଖି ବରଷା ଆସିବ କି ସୂରୁଜ ଢ଼ଳୁଛି କାହାକୁ ବା ଜଣା ,
ଶିଉଳି ମଡା ତୁଠରେ ବସି ଭାବେ ଆକାଶ ସାଥେ କେତେ ସବୁଜ ବି ଏ ଦୁନିଆ ,
ମୁଁ ଦେଖେ ମୋ ଭାବନା ସାଥେ..ତୁମ କଥା ମୁଁ ଜାଣେ ନା ,
ତୃଷା ର ସେହି ବନ ଭିତରେ ଖୋଜି ବୁଲେ ତୁମ ବାସନା ।
-