ଓଡ଼ିଆ ନବବର୍ଷ
-----------------
ବୈଶାଖ ଆସିଲା,ପଣାରେ ଭସେଇ
ନବବର୍ଷର ଶୁଭକାମନା କହି।
ଗାଁ ମୋର ଆଜି ଝଲସି ଉଠେ,
ପଣା ସଂକ୍ରାନ୍ତିର ପଣାରେ ଭାସେ।
ଘଣ୍ଟ ପାଟୁଆକୁ ଦଣ୍ଡ ନାଚ,
ଆହାଃ କି ସୁନ୍ଦର ଏହି ବେଶ।
ମା ଚଣ୍ଡୀ ଆଗୋ ମା ସାରଳା
ତୁମେ ହି ସାହା ତୁମେ ଭରଷା।
ବେଲ ପଣା ସଙ୍ଗେ ଛତୁଆ ପଣା
ବୈଶାଖ ମାସେ କି ଟାଣ ଖରା।
ମହାବିଷୁବସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ,
ମହାପ୍ରଭୁଙ୍କର ସଭିଙ୍କୁ ଆଶିଷ।
ସଭିଙ୍କୁ ଲାଗୁ ନୂତନ ଆୟୁଷ,
ନୂତନ ବର୍ଷର ଅଭିନନ୍ଦନ ଅଶେଷ।
-