ହାରିଯାଉଥିବା ମଣିଷ ରହିଯାଉଛି,
ଲଢ଼ିବା ଭୁଲି ବଞ୍ଚିବା ଶିଖୁଛି ।
ପ୍ରଶ୍ନସବୁକୁ ମସ୍ତିଷ୍କର କୋଠରୀରେ
ବନ୍ଦ କରି ଅନ୍ୟର ଉତ୍ତରରେ ହଁ ମାରୁଛି ।
ଦେହର ଖୋଳପାରେ ଅତର ଲଗାଉଛି,
ହେଲେ ମନ ଭିତରେ ସ୍ୱପ୍ନର ଶବ ସଢ଼ୁଛି ।
ଚାରି କାନ୍ଥ ଭିତରେ ନିଜ ସହିତ ଲଢ଼ୁଛି,
ସବୁ ଠିକ୍ ବୋଲି ହଁ ରେ ହଁ ମାରୁଛି,
ହେଲେ ବିନା ଧୂଆଁରେ କିଛି ଜଳୁଛି ଆଉ
ସହର ସାରା ପୋଡ଼ା ପୋଡ଼ା ଗନ୍ଧ ବାହାରୁଛି ।
-