ଜହ୍ନ ରାଇଜ
-ସୁଶାନ୍ତ କୁମାର ସାହୁ
ଚନ୍ଦ୍ର ଯାନ ଆଜି କରିଛି ଡେରା
ଦକ୍ଷିଣ ମେରୁ ରେ ଛେରା ପହଁରା l
ରାକ୍ଷୀ ପଠେଇଛି ଶଶୀ କୁ ଧରା
ଭଗ୍ନୀ-ଭ୍ରାତା ପ୍ରେମ ଉଛୁଳେ ସାରା ll
ପରୀ ରାଇଜରେ ହସ ପସରା
ଚାନ୍ଦ କି ଦିଶୁଚି ଭାସ୍କର୍ଯ୍ୟ ଭରା l
ମେଦିନୀ ଖୁସିରେ ଆତ୍ମହରା
ସମ୍ପର୍କର ଡୋରି ନିବିଡ ପରା ll
ଜହ୍ନ ଜୋଛନା ରେ ମହକେ ଧରା
ନିଶି ଲାଗେ ଆଜି କଅଁଳ ଖରା l
ବ୍ରହ୍ମାଣ୍ଡ ସ୍ରୁଷ୍ଟି କି ଉନ୍ମାଦ ଭରା
ଧରଣୀ ର ଗାଥା ସୂର୍ଯ୍ୟ, ଚନ୍ଦ୍ର ତାରା ll
23/08/2023-
.......... ଫାଲଗୁନ ଗାଥା .......
ତୁମେ ବନ୍ଦିତା, ତୁମେ ବିନ୍ଦୁଲତା
ଏ ମନ ମରୁବାଲିର, ତୁମେ ଅବିଶ୍ରାନ୍ତ ଆର୍ଦ୍ରତା
ତୁମେ ନନ୍ଦିତା, ତୁମେ ସପନର ସୀତା
ତୁମେ ତ ଦୁହିତା, ଦୁଇ କୁଳର ହିତା
ତୁମେ ସବିତା, ତୁମେ ଭରାପ୍ରେମର କର୍ତ୍ତା
ତୁମେ ଏକ ଅଭିଧାନ, ନିବିଡ଼ତାର ବାର୍ତ୍ତା
ଓଃ! ତୁମେ ନୁହଁ ଟି ତ? ସେ ମ୍ରିୟମାଣ ସ୍ରୋତା?
ହେଲେ ସଖୀ ! ତୁମପାଇଁ ଚିରସ୍ରୋତା, ଏ ଲେଖନୀର କବିତା
ତୁମ ସଂସ୍ପର୍ଶ ମୋ ବୁକୁରେ, ଆଜି ଏକ ଅଭୁଲା ଗାଥା
ଆଙ୍କିଥିଲ ଦିନେ, ଏ ଉଦରେ ଯେ, ପ୍ରୀତି ଅବିରର ପ୍ରଥା
ତୁମେ ରଙ୍ଗଲତା, ମୋ ସ୍ପନ୍ଦନର ଖରସ୍ରୋତା
ଶତ ଫଗୁଣର ଫଗୁ ଯେତେ, ତୁମ ଆଗେ ଫିକା
ମୋ ମନ-ଦୋଳବେଦି, ଦୁଲୁକୁଚି ଆଜି
ସାଉଁଟୁଛି ମନେ, ଦିଏ କାଇଁ ବ୍ୟଥା?
ଆଜି ବି ସତେଜ ତୁମ ସେଇ ଅପାସରା, ଆତ୍ମଭରା
ଝରା ଫାଲଗୁନ ଗାଥା !!!-
Indian Ancient Temples Portray
The Best Form Of
Symmetry & Intricacies-
Life Has Crests and Troughs.
Keep Swinging
Make The Most Of It When On Top !!!
Happy Raja Parba-
Nature
Is Self Replenishing
Untill
We Don't Stop Tinkering With It !!-