20 JUL 2018 AT 0:41

ମୁଁ ସେଇ ପାପୀ,
ଦିନରେ ନାରୀଙ୍କୁ ପୂର୍ଣ୍ଣ କ୍ଷମତା ଦେବା ପାଇଁ ଆହ୍ୱାନ ଦେଇଛି,
ମୋ କୃତ ପାପ ବିରୁଦ୍ଧରେ ଯିଏ ସ୍ୱର ଉତ୍ତୋଳନ କରିଛି,
ତା ପାଟିକୁ ସବୁଦିନ ପାଇଁ ବନ୍ଦ କରିଦେଇଛି,
ମୁଁ ସେଇ ପାପୀ,
ଦିନରେ ଯାହାକୁ ସଭାରେ ଉପଢୌକନ ଦେଇ ସମ୍ମାନିତ କରିଛି,
ରାତିରେ ତାହାରି ଲଜ୍ଜା ଆଭୂଷଣକୁ ଖିନବିନ କରିଛି,
ମୁଁ ସେଇ ପାପୀ
ମୋରି ପାଇଁ କେତେ ପରିବାର ସ୍ୱଛଳ ହୋଇଛି,
ଚାଳଘରୁ ପକ୍କାଘର ହେଇଛି,
ବିଜୁଳି ଆଲୁଅ ଜଳୁଛି,
ଆଉ ସେ ଆଲୋକ ଟିକେ ପାଇଁ ସେ ଘରର ସୁନ୍ଦରୀ ନାରୀଟି ଅନ୍ଧାରରେ ବିବସ୍ତ୍ର ହୋଇଛି ।

- StoryatStudio