ଗୋଲାପ ଟି ସିନା ମତେ ଦେଇଗଲୁ..!
.
.
.
.
.
କିନ୍ତୁ ତା ବାସ୍ନାକୁ,
କାଇଁ ତୋ ପାଖେ ରଖିଦେଲୁ ଯେ..?-
ମୁଁ ଫୁଲ ଟେ ତ ନୁହେଁ,
ମଉଳିଯିବି,
ମୁଁ ବଗିଚା ଟେ,
ତୋ ପାଇଁ ନିଇତି ମହକୁଥିବି...-
ତୋ ଶତ ବାରଣ ସତ୍ବେ ବି,
ତୁ ମୋର ବୋଲି ମୁଁ କହୁଛି।
ଏବେ ତୁ କହ,
ନାଲି ଟୋପା ର ସ୍ୱପ୍ନ ଦେଖିବି
ନା, ଏମିତି ତୋ ମଉଳା
ପ୍ରେମିକା ହେଇ ରହିବି...
ତୁ କହ,
ତୋ ଦେହରେ ନୀଳ ନଈ ଟେ ହେଇ ବୋହିଯିବି
ନା, ନିଜେ ନିଆଁ ଟେ ହେଇ ଜଳିଯିବି...-
ତୁ December ର
ଶୀତୁଆ ସକାଳ ଟେ,
ମୁଁ January ର
ଗରମ ଚାହା ଢୋକେ।
ଆମେ ଦୁହେଁ ଏତେ ପାଖାପାଖି
ତଥାପି ଆମର ଦୂରତା ବେଶି...-
ତୁମ ଗୋଲାପ ଟି ସିନା
ଶୁଖି ଗଲାଣି,
କିନ୍ତୁ ଏବେ ଯାଏ ସେ ମହକୁଛି।
ସେ ପ୍ରେମର ଝଡି ବାତ୍ୟା ସିନା
ଥମି ଗଲାଣି,
କିନ୍ତୁ ଆଖି ଏବେ ଯାଏ ବି ଓଦା ଅଛି।
ତୁମେ ସିନା ସବୁ ଭୁଲିଗଲଣି
କିନ୍ତୁ ମୋ ପାଇଁ
ସେ ସ୍ମୃତି, ଆଜି ବି ତାଜା ଅଛି....
-
ଛାତି କୁ ପଥର କରି
ସବୁ ଜଞ୍ଜାଳକୁ ମୁଣ୍ଡାଉ ଥିବା
ମଣିଷ ଗୋଟେ
'ମୋ ବାପା'
ମୋ ସ୍ବପ୍ନକୁ ସାକାର କରାଇ
ଶ୍ରେୟ ମାଗୁ ନଥିବା
ମଣିଷ ଗୋଟେ
'ମୋ ବାପା'
ନିଜେ ଜାଣି ଜାଣି ହାରି
ମୋତେ ଜିତାଉ ଥିବା
ମଣିଷ ଗୋଟେ
'ମୋ ବାପା'
ମହାଦ୍ରୁମ ସାଜି
ମୋତେ ଛାଇ ଯୋଗାଉଥିବା
ମଣିଷ ଗୋଟେ
'ମୋ ବାପା'
କଲମର ସ୍ୟାହି ସରିଯିବ
କିନ୍ତୁ ତାଙ୍କ ପାଇଁ
ଶବ୍ଦ ଅଭାବ ପଡିବ
ଏମିତି ମଣିଷ ଗୋଟେ
'ମୋ ବାପା'...
-
ସେ ଅତୀତ ହିଁ କଣ,
ଯେଉଁ ଅତୀତରେ ତୁମ ସ୍ମୃତି ନାହିଁ...
ଆଉ, ସେ ବର୍ତ୍ତମାନ ହିଁ କଣ,
ଯେଉଁ ବର୍ତ୍ତମାନ ରେ,
ତୁମ ଉପସ୍ଥିତି ହିଁ ନାହିଁ....
ସେ ରାତି ହିଁ କଣ,
ଯେଉଁ ରାତିରେ ସ୍ବପ୍ନ ନାହିଁ...
ଆଉ, ସେ ସ୍ବପ୍ନ ହିଁ କଣ,
ଯେଉଁ ସ୍ୱପ୍ନରେ,
ତୁମ ଭାବନା ହିଁ ନାହିଁ...❤️-
ସେ ରାତି ହିଁ କଣ
ଯେଉଁ ରାତି ରେ,
ସ୍ୱପ୍ନ ହିଁ ନାହିଁ...
ଆଉ ସେ ସ୍ବପ୍ନ ହିଁ କଣ
ଯେଉଁ ସ୍ୱପ୍ନରେ,
ତୁମ ଭାବନା ହିଁ ନାହିଁ...-
ମନ ମୋର ଆଜି ବିଚଳିତ,
ହୃଦୟର ସୀମାରେଖା ଡେଇଁ,
ଭାବନା ଗୁଡା ବି ଅଣାୟତ୍ତ।
ମୁଁ ଯେ, ଚଞ୍ଚଳ ମନା ମୟୂରୀ,
ନାଚି ନାଚି ଥକି ଗଲିଣି,
ଅତୀତ ପ୍ରେମ ବର୍ଷାର ସ୍ମୃତି ଚିରି।
ସବୁ କହି ବି, ତୁମ ପାଖେ ଆଜି ଅକୁହା,
କଣ ଯେ କହିବି ତୁମକୁ,
ତୁମେ ଅବିବେକି ନା ଅମାନିଆ....-