7 MAR 2018 AT 21:56

ପାଷାଣର ଭାଷା

ପାଷାଣ ବୁକୁର ସୌମ୍ଯ ଶିଳ୍ପ ଯଦି କଥା କହିପାରୁଥାନ୍ତା, ତେବେ ସେ ଅବଶ୍ୟ କହନ୍ତା- " ହେ ମୋର ଦୂରାଗତ ମୁଗ୍ଧ ଦର୍ଶକ, ପ୍ରେମ ରେ ବିଫଳ ହୋଇ ମୃତ୍ୟୁ କୁ ଶ୍ରେୟ ଧାର୍ଯ୍ୟ କରନାହିଁ । ମୁଁ ମଧ୍ୟ ଜୀବନର ଏକ ବସନ୍ତ ରେ ଏହିପରି ଭାବିଥିଲି । ମାତ୍ର ଯଦି ମୁଁ ମୋର ଭାବନା ପ୍ରତି ସଚେତନ ହୋଇଥାନ୍ତି, ତେବେ ଆଜି କ'ଣ ଏହି ପାଷାଣ କଳେବର ରୁ ଫୁଟି ତୁମପରି ଅଗଣିତ ପ୍ରେମୀ ଚକ୍ଷୁ ଯୁଗଳକୁ ଧନ୍ୟ କରିପାରୁଥାନ୍ତି ? ସେଥିପାଇଁ ହେ ବନ୍ଧୁ, ହାରିଯାଅ ନାହିଁ ଏବଂ ବଞ୍ଚିରୁହ ସେତେପର୍ଯ୍ଯନ୍ତ ଯେବେ ତୁମେ ମଧ୍ୟ ଏହି ପଥରର ଛାତି ଚିରି ବାହାରକୁ ଆତ୍ମପ୍ରକାଶ କରିବ ଏବଂ ଦର୍ଶକ ମନକୁ ପ୍ରେମ ଓ ପ୍ରଶାନ୍ତି ର ଦିବ୍ୟ ଅନୁଭବ ରେ ପରିପୂର୍ଣ୍ଣ କରିଦେବ " ।

- Sidharth