ଅତୀତ...
କେବେ ଖୁବ୍ ସୁନ୍ଦର,
ସୁନେଲି ସ୍ବପ୍ନର ରଙ୍ଗୀନ ଦୁନିଆ ପରି,
ଜହ୍ନ ରାତିରେ ଶୀତଳତା ପରି,
ଆଣେ କେବେ ଓଠରେ ହସ,
ଆଖିରେ ଚମକ, ମନରେ ଶାନ୍ତି ।
ସେଇ ଅତୀତ..
କେବେ ଖୁବ୍ କଷ୍ଟଦାୟକ,
ଝଡ଼ ରାତିର ଭୟଙ୍କର ସ୍ବପ୍ନ ପରି,
ଗ୍ରୀଷ୍ମ ଋତୁରେ ମରୁଭୂମି ପରି,
ଆଣିଦିଏ ମନେ କେତେ ଦୁଃଖ କାହାଣୀ,
ଆଖିରେ ଲୁହ, ମନରେ କୋହ।
ଅତୀତ...
ଅଲିଭା,ଅଭୁଲା କିନ୍ତୁ ଆପଣାର,
ଲାଗେ ପ୍ରିୟ ମଣିଷର ଚିଠି ପରି,
ଛାଡି ଯାଏ କେତେ ସ୍ମୃତି,ଅନୁଭୂତି,
କିଛି ଆଶା ଆଉ କିଛି ଅନୁତାପ,
ନେଇଯାଏ ପୁଣି କିଛି ଆପଣାର।
-