କୃଷ୍ଣ କୃଷ୍ଣ କହି,କୃଷ୍ଣ ଗଲେ କାହିଁ
କୃଷ୍ଣକୁ ଖୋଜି ଯେ,ପାଇଲେନି କେହି
କୃଷ୍ଣ ନାହିଁ ଏଠି,ନାହିଁ ବୃନ୍ଦାବନେ
କୃଷ୍ଣ ଯାଇଅଛି,ମଥୁରା ଭ୍ରମଣେ।।୧।।
ବଂଶୀସ୍ଵନ ଆଉ ଶୁଭୁ ନାହିଁ ମତେ
ବିନୁ କୃଷ୍ଣ ଆହେ,କି ଦଶା ହେ ସତେ
ରାଜମହଲ ମୋ ହୋଇଗଲା ଶୂନ୍ୟ
ଶାନ୍ତି ନାହିଁ ଏଠି ଯେଣୁ ନାହିଁ କୃଷ୍ଣ।।୨।।
କୃଷ୍ଣକୁ ଖୋଜିଣ ଯିବି ମୁଁ ବାହାରି
କରିବି ସନ୍ଧାନ,ଦଶ ଦିଶ ପାରି
ବିନା କୃଷ୍ଣ ମୁହିଁ,ଫେରିବିଟି ନାହିଁ
କୃଷ୍ଣ ବିନା ମୋର,ଅନ୍ୟ ଗତି କାହିଁ।।୩।।
ସକଳ ବନ୍ଧନ କରି ସବୁ ଛିନ୍ନ
ବାହାରିଲେ କରି ସେ କୃଷ୍ଣାନ୍ୱେଷଣ
କାନ୍ଦୁଅଛି ଭବନ ଯେ,କାନ୍ଦୁ ଅଛି ଧରା
ଖୋଜି କୃଷ୍ଣ ମୀରା,ଯେଣୁ ଗଲେ ଯେ ମଥୁରା।।୪।।
-