SAURAV MAHARANA  
10 Followers · 6 Following

Joined 17 February 2019


Joined 17 February 2019
25 JUN 2020 AT 13:35

ଏଇ ମଗୁଶିରେ କୋଡିଏ ପୁରିକି ଚାଲିବ ଏକଇଶି,
ମାଣ୍ଡୁଟିଏ ମୋର ନାହିଁ ବୋଲି ସବୁ ରହସ୍ୟ କରନ୍ତି ମିଶି l

ସାଙ୍ଗମାନଙ୍କର ମାଣ୍ଡୁ ମେଞ୍ଚାମେଞ୍ଚା ମୋଠାରେ ଦିଶେ ମରୁଡି,
ଏତେ ଦିନରୁ single କାରଣୁ ଡାକିଲେଣି ଉଥୁରା ବଣ୍ଟି l

ଜାତକେ ମୋହର ମାଣ୍ଡୁଯୋଗୋ ନାହିଁ କହିଛି ସୁକୁଟୁ ନନା,
ତାକୁ କାଟିବାକୁ କରିବାକୁ ହେବ ବହୁତ ପୂଜାଚର୍ଣ୍ଣା l

ଯେତେ ପୂଜାଚର୍ଣ୍ଣା କରିବି ମୁଁ ସବୁ ବାକି ରଖିବିନି ଜମା,
ଏତିକି ଆଶିଷ କରିଦିଅ ପ୍ରଭୁ ପୁରୁ ମୋ ମନୋସ୍କାମନା l

ସାଙ୍ଗମାନଙ୍କର ଖୁଣ୍ଟା ଶୁଣିଶୁଣି କାନ ମୋ ଉଥୁରା ହେଲାନି ,
ମାଣ୍ଡୁଟିଏ ପ୍ରଭୁ ଆଶ୍ରିବାଦ କର, ଏତିକି ମୋ ମାଗୁଣି l


-


10 MAY 2020 AT 11:43

ମା ଏକ ଶବ୍ଦ ନୁହେଁ,
ମା ପୁରା ଗ୍ରନ୍ଥ l
ମା ଏକ ଡାକ ନୁହେଁ,
ମା ପୁରା ସ୍ୱର୍ଗ l
ମା ଏକ ବସ୍ତୁ ନୁହେଁ,
ମା ଅମୁଲ୍ୟ ରତ୍ନ l

ମା ମମତାର ସ୍ରୋତ,
ପ୍ରେରଣା ର ଉତ୍ସ l
ସ୍ନେହ ର ଗୀତ,
ହୃଦୟର ଚିତ୍ତ,
ଜୀବନ ଯାତ୍ରା ର,
ପ୍ରକୃତ ପଥିକ l

-


6 MAY 2020 AT 21:11

ଆକାଶେ ଅନ୍ଧାର ପସରା ମେଲିଛି,
ଜହ୍ନ ଦିଶୁ ନାହିଁ,ହୋଇ ନାହିଁ ରାତି l

ବଇରୀ ଗର୍ଜନ ଗଗନ କରୁଛି,
ଝଡର ଝଙ୍କାର ନାଦ ଶୁଭୁଛି l

ଶୁଭୁନାହିଁ କାକ ପିକ ର ଡାକ,
ଏ କି କାଳ ର କରାଳ ରୂପ l

ଆଖି ସମୁଖେ ମୋ ଧ୍ୱଂସ ର ଚିତ୍ର,
ପ୍ରକୃତି କରୁଛି ତାଣ୍ଡବ ନୃତ୍ୟ l

ମୃତ୍ୟୁର ମାଳରେ ଗୋଟିଗୋଟି ମସ୍ତକ,
ଛାର କୀଟ ଠାରୁ ଶ୍ରେଷ୍ଠ ମାନବ l

ଜଳ ପୂର୍ଣ୍ଣ ହେଲା ମୋ ଚାରିପାଖେ,
ପ୍ରାଣବାୟୁ ଚାଲିଯିବ କି ସତେ l

ମୃତ୍ୟୁ ର ଫାସରୁ ଖସି ମୁଁ ଆସିଲି,
ଉଠିପଡ଼ି ଶଯ୍ୟା ଉପରେ ବସିଲି l

ମୁଖରେ ମୋହର ଚିନ୍ତାର ସ୍ରୋତ,
ଏ ସ୍ବପ୍ନ ଥିଲା କି ଭବିଷ୍ୟ ର ରୂପ l

-


26 MAR 2020 AT 20:31

*"କରନା ଟେନସନ ଦଉଛି"*

ସାରା ବିଶ୍ୱ ଆଜି ସ୍ତବ୍ଧ ହେଇପଡ଼ିଛି,
ମନରେ ଏକ ଅକୁହା ଭୟ ବସା ବାନ୍ଧିଛି l

ନାନାଦି କଥନ ମନକୁ ମୋର ବିଚଳିତ କରୁଛି,
ଏହାକୁ କେହି It's not corona,It's karma କହୁଛି,
କେହି ସଭ୍ୟତାର ଅନ୍ତ ତ,କିଏ ମାଳିକାର ବାର୍ତ୍ତା ଲେଖୁଛି l

କିଏ କହୁଛି-
ଏହା ବାଦୁଡ଼ିରୁ via ବଜ୍ରକାପ୍ତା ଦେଇ ଆସିଛି,
ପୁଣି କେହି ଚାଇନାର ଷଡଯନ୍ତ୍ର କହୁଛି l

ଖବରକାଗଜ ରୁ ନିଉଜ଼ଚାନେଲ ସବୁଠି କରନା ଚାଲିଛି,
ଆଜି କରନା world ର biggest celebrity ସାଜିଛି l

ହାଟ ବାଟ ଘାଟ ସବୁ ଶୂନ୍ୟ ପଡିଛି,
ଏ ଦଶନ୍ଧି ରେ ଆରମ୍ଭରୁ virus ପଶିଛି l

କୋଟି ଓଡ଼ିଆ ଙ୍କ ମଉଡମଣୀ ଜଗନ୍ନାଥଙ୍କ ଠାରେ ଗୁହାରି,
ହେ ଈଶ୍ବର ସବୁ ବିଶ୍ୱବାସୀଙ୍କ ଦୁଃଖକୁ କର ପାରି l


-


24 FEB 2020 AT 18:19

:-ତୁମର ସେ ପ୍ରଥମ ଚାହାଣି:-

ଦିବସର ଅବସାନେ ଅବତରେ ରଜନୀ,
ଏ ଜୀବନେ କାଣିଚାଏ ସୁଖ ପୁଣି ଦୁଃଖର ଭାଳେଣି l

ମନର ଆକାଶରେ ଅସଂଖ୍ୟ ସ୍ମୃତି ତାରକା,
କିଛି ଦୀପ୍ତିମନ୍ତ କିଛି ଧୂସରିଆ l

ସ୍ମୃତିର ପୁଟୁଳିରେ ଅମୁଲ୍ୟ ମୋ ପ୍ରିୟା,
ମନ ଉଲ୍ଲାସିତ ଭାବି ତୁମ ପ୍ରତିଟି କ୍ରିୟା l

ଆଜିବି ଏ ହୃଦୟରେ ଗୁଞ୍ଜରିତ ତୁମ ପ୍ରତିଟି ଧ୍ଵନି,
ମନ ଆବେଗରେ ଭରେ ଭାବି ତୁମର ସେ ପ୍ରଥମ ଚାହାଣି l

ସେ ଚାହାଣି ମନେ ମୋର ଭରିଥିଲା ପ୍ରେମର ଆଶଙ୍କା,
ତୁମସହ ବାନ୍ଧି ହେବାର ଜିଜ୍ଞାସା, ତୁମକୁ ପାଇବାର ନିଶା l

ପ୍ରେମର ପ୍ରାଙ୍ଗଣରେ ପଡିଥିଲା ପାଦ,
ଗଢି ଉଠିଥିଲା ପବିତ୍ର ପ୍ରେମର ସମ୍ପର୍କ l

ଆଜିବି ମନେ ପଡେ ତୁମର ସେ ପ୍ରଥମ ଚାହାଣି,
ପ୍ରିୟାରୁ ହେଲ ତୁମେ ମୋ ଅର୍ଦ୍ଧାଙ୍ଗିନୀ l

-


6 FEB 2020 AT 20:32

-:ପ୍ରେମ ର ସପ୍ତାହ :-


ଶୁଣିଲି କୁଆଡେ ଏ ସପ୍ତାହ,
ପ୍ରେମର ସାତଦିନ,
ପ୍ରେମ ପ୍ରକାଶ ର
ଏକ ବିରଳ ମାଧ୍ୟମ l

ପ୍ରେମ ଆକାଶରେ ଉଡିବାର ଦିନ,
ପୁଣି ପ୍ରେମର ରଙ୍ଗରେ ରଙ୍ଗିବାର ଦିନ,
ହେଲେ ପ୍ରେମ ତ ଶାଶ୍ୱତ ଚିରନ୍ତନ,
ଯାହା ପାଇଁ ଲୋଡ଼ା ସବୁ ରାତି ସବୁ ଦିନ l

-


8 JAN 2020 AT 10:02

*ସଭା ବସିଛି ଆଜି*

ସଭା ବସିଛି ଆଜି ଜଙ୍ଗଲରେ,
ସିଂହ, ବ୍ୟାଘ୍ର, ଗଜ, ଆଉ ଜନ୍ତୁଙ୍କ ମେଳରେ l
ସଭାର ଅଭିସାର ବନନାସନ,
ପ୍ରାକୃତିକ ବିପର୍ଯୟ ଆଉ ଅନାହାର ଜୀବନ l
ସଭାର ପତି ସିଂହଙ୍କ ଆଦେଶ,
ଜଣଙ୍କ ପରେ ଜଣେ ରଖ ମତ l
ପ୍ରଥମ ପାଳି ବ୍ୟାଘ୍ରର,
ଆଖିରେ ଅଶ୍ରୁ ଆଉ ଦ୍ରୁବଳିଆ ଶରୀର l
କହିଲା ମଣିମା-
"ଆଜି ଆମେ ବିଲୁପ୍ତ ହେବାକୁ ବସିଲୁଣି
ସଂଖ୍ୟା ଆମର ହାତଗଣତିରେ ରହିଲାଣି l"
ଆମ ଅବସ୍ଥା ସ୍ଵଛଳ ଖାଲି ଜନ୍ତୁଖାନାରେ,
ଜଙ୍ଗଲେ ଖାଦ୍ୟାଭାବ ହେତୁ ଦେଖାଯାଉଛୁ ଗାଁସହରେ l
ପାଳି ଏବେ ହାତୀର,
ତାର ବି ଏକା ସ୍ୱର l
କ୍ରମାନ୍ୱୟରେ ସଭିଏଁ ନିଜ ଦୁଃଖ ବଖାଣିଲେ,
ସମସ୍ତଙ୍କ ସମାନ ମତ ବୋଲି ସିଂହ ଜାଣିଲେ l
ଶେଷରେ ସିଂହ କହିଲେ-"ମୋର ବି ସମାନାବସ୍ଥା,
ତମପରି ମୋର ବି ଦୁଃଖଦ ଅବସ୍ଥା l"
ଅଷ୍ଟ୍ରେଲିଆ,ଅମାଜ଼ାନ ରେ ଜଙ୍ଗଲ ପୋଡି ହେଲା,
ସେ ଅଗ୍ନି ଆମ ଭାଇଙ୍କ ଜୀବନନାଶ କଲା l
ଏ ସବୁ ଏ ମାନବ ପାଇଁ ହେଉଛି,
ନିଜର ସ୍ୱାର୍ଥ ପାଇଁ ଜଙ୍ଗଲନାଶ କରୁଛି l
ଚାଲ ଆମ ସଭିଏଁ ତାଙ୍କରି ଜାଗାକୁ ଯିବା,
ଏ ମଣିଷକୁ ମାରି ନିଜେ ମରିବା l

-


10 OCT 2019 AT 21:08

*ହୀନ ମନୁଷ୍ୟର, ଘୃନ୍ୟ ଚରିତ୍ର*

ହୃଦୟର କୋହ ଆଜି ଚରମ ସୀମାରେ,
ଯାହା ଅଶ୍ରୁର ରୂପ ନେଇ ବୋହିଲା ଧାରରେ l

କୋହର ଅଭିପ୍ରାୟ ଏ ସମାଜର ଚିତ୍ର,
ହୀନ ମନୁଷ୍ୟର, ଘୃନ୍ୟ ଚରିତ୍ର l

ସ୍ୱାର୍ଥର ସିନ୍ଦୁକରେ ଲୋଭର ଆଭୂଷଣ,
ସମ୍ପ୍ରତି ମନୁଷ୍ୟର ଏହା ମୂଲ୍ୟବାନ ରତ୍ନ l

ସେ ଅନ୍ଧାର ଗହନରେ ଗୋଟେ ମନ୍ଦିର ତୋଳିଛି,
ଷଡ଼ରିପୁଙ୍କୁ ନିଜ ଦେବତା କରିଛି l

ସେ ଦେବତାଙ୍କ ପ୍ରସନତା ପାଇଁ ବଳି ପଡିବ,
ସେଥିପାଇଁ ସ୍ନେହ,ପ୍ରେମ, ଶ୍ରଦ୍ଧା ର ମସ୍ତକ ଛେଦହେବ l

ଆଜି ଏ ମଣିଷ ବିପରୀତମୁଖୀ,
ନିଜେ ନିଜ ଅନ୍ତ ର କାରଣ ସାଜୁଛି l

-


5 SEP 2019 AT 9:12

ଜୀବନର ପ୍ରହେଳିକା ଅତି ଜଟିଳ,
ଆଲୋକ ଠୁ ବେଶୀ ଏଠି ଅନ୍ଧାରର ବଳ,
ଅନ୍ଧାର ଗହନେ ମନ ଛନ୍ଦି ହଇଯାଏ,
ଅଜ୍ଞାତ ଅଞ୍ଚଳେ ଜୀବନ ବାନ୍ଧି ହଇଯାଏ l

ସେଇ ଅନ୍ଧାରକୁ କରି ଦୂର,
ଯିଏ ଦେଖାନ୍ତି ଆଶାର ଆଲୋକ,
କଣ୍ଟକିତ ପଥକୁ କରନ୍ତି କୁସୁମିତ,
ସିଏ ଗୁରୁ,ଈଶ୍ବରଙ୍କ ରୂପ l

ସେ ଦେବତାଙ୍କ ବର,
ଲେଖନୀର ଧାର,
ଜୀବନ ଯାତ୍ରାର ପ୍ରକୁତ କଳାକାର,
ତାଙ୍କ ପଦରବିନ୍ଦରେ କୋଟି ନମସ୍କାର l

-


3 SEP 2019 AT 13:39

କିଏ କହେ ପ୍ରେମ ଏକ...

କିଏ କହେ ପ୍ରେମ ଏକ ବନ୍ଧନ,
କିଏ କହେ ପ୍ରେମ ହିଁ ଜୀବନ,

କିଏ କହେ ପ୍ରେମ ଦୁଇ ମନର ମିଳନ,
କିଏ କହେ ପ୍ରେମ ବଞ୍ଚିବାର ନାମ,

କିଏ କହେ ପ୍ରେମ ଅଢେଇ ଅକ୍ଷର,
କିଏ କହେ ପ୍ରେମ ଗ୍ରନ୍ଥର ସମ୍ଭାର,

କିଏ କହେ ପ୍ରେମ ବିଶ୍ୱାସର ନାମ,
କିଏ କହେ ପ୍ରେମ ଶାଶ୍ୱତ ଚିରନ୍ତନ,

ଭିନ୍ନ ମୁନି ଏଠି ଭିନ୍ନ ମତ,
ଈଶ୍ୱରଙ୍କ ଏ'ତ ସୃଷ୍ଟି ଅଦ୍ଭୁତ,

ଆମେ ସବୁ ଏଠି ପ୍ରେମର ଦାସ,
ଚାଖି ଦେବା ଥରେ ପ୍ରେମର ରସ l

-


Fetching SAURAV MAHARANA Quotes