ଅନେକ ଦିନ ପରେ ଦେଖା ହେଲା ସୁଗନ୍ଧା ଜନଗହଳି ପୂର୍ଣ୍ଣ ବସ ଷ୍ଟାଣ୍ଡ ରେ। ସେମିତି, ଯେମିତି କଲେଜ ସମୟରେ ଦେଖା ହଉଥିଲା। କ୍ଲାସ ସାରି ଘରକୁ ଫେରିବା ପାଇଁ ବସ ଅପେକ୍ଷା ରେ ରହୁଥିଲା। କ୍ଲାନ୍ତ ଦେହ, ଅଳ୍ପ ଅବିନ୍ୟାସ୍ତ କେଶ ରାଶି, ଧୀର ପଦ ପାତ ଅଥଚ ହରିଣୀ ପରି ଆଖି ଓ ଚାହାଣୀ।
ଆଜି ସିଏ ସେଇ କଲେଜ ରେ ଅଧ୍ୟାପିକା ଯେଉଁଠି ଦିନେ ସିଏ ଅଗଧାଡି଼ ରେ ବସି ସାଧାରଣ ଛାତ୍ରୀ ଭଳି ଅଧ୍ୟୟନ କରୁଥିଲା। ମୁଁ କିନ୍ତୁ ଗୋଟେ ପ୍ରଫେସନାଲ ବ୍ୟାଙ୍କର, ଏଇ ସହରରୁ ଦୂରେ, ବହୁତ ଦୂରେ। ଛୁଟି କାଟିବା ପାଇଁ ଫାମିଲି ନେଇ ମୁଁ ବସରୁ ଓଲ୍ହାଇ ଅପେକ୍ଷା କରୁଥାଏ କାର ପାଇଁ। ଠିକ ସେତିକି ବେଳେ ସୁଗନ୍ଧା ସହ ମୁହାଁମୁହିଁ। ଚାଇଁ କିନା ବିଦ୍ୟୁତ ଖେଳି ଗଲା ମୋ ମେରୁ ହାଡ଼ ଭିତରେ ତା ସହ ନଜର ମିଳିଲା ମାତ୍ରେ। ସିଏ ଅନେଇଲା, ଶାଢ଼ୀ କୁଂଚ ଧରି ବସ ଭିତରୁ ଚଢ଼ି ଗଲା। ବସ ରେ ଚଢ଼ି ଗଲା ନି ଯେ ମୋ ନଜର ରୁ ଲୁଚି ଗଲା, ସ୍ମୃତି ରୁ ଲିଭିବାକୁ ପ୍ରୟାସ କଲା।
ମଥାରେ ସିନ୍ଦୁର ନାଇଁ କି ହାତରେ କାଚ ନାଇଁ। କଣ ବାହା ହେଇନି ସୁଗନ୍ଧା? ଏତେ ସୁନ୍ଦରୀ ଝିଅ କଣ ପୁଅ ଅଭାବ ଯେ ବାହା ହେଲାନି? ଶୁଣିଥିଲି ସିଏ ଆମ କ୍ଲାସ ର କୋଉ ପୁଅ କୁ ଭଲ ପାଉଥିଲା। ହେଲେ...(କ୍ରମଶଃ..)
ପୁରା ଗଳ୍ପ ଆଉ ଦିନେ...
-