ସ୍ମୃତି;? ସ୍ମରଣ ବା ଚିନ୍ତନ-୫
ସ୍ମୃତି ତୁମେ ଗୋଲାପ ଫୁଲର ସୁନ୍ଦର ବଗିଚା ।
ସ୍ମୃତି ତୁମେ ପାଦର ଧୂଳିରେ ମଇଳା ଗାଲିଚା ।।
ସ୍ମୃତି ତୁମେ ସକାଳ ସୂରୂଜ ସୁନେଲି କିରଣ ।
ସ୍ମୃତି ତୁମେ ସନ୍ଧ୍ୟାର ଶେଯରେ ନିଦ୍ରାର ବାରଣ ।।
ସ୍ମୃତି ତୁମେ ଉଡ଼ନ୍ତା ଆକାଶେ ଜୀବନ୍ତ ଚଢ଼େଇ।
ସ୍ମୃତି ତୁମେ ମାଟିରେ ତିଆରି ନିର୍ଜୀବ କଣ୍ଢେଇ ।।
ସ୍ମୃତି ତୁମେ ଗଭୀର ଜଳରେ ବିସ୍ତାର ଶିଉଳି ।
ସ୍ମୃତି ତୁମେ ପ୍ରଚଣ୍ଡ ଅଗ୍ନିର ଆସ୍ତର କୁହୁଳି ।।
... ସଂଗ୍ରାମ ମିଶ୍ର...-
ସ୍ମୃତି;? ସ୍ମରଣ ବା ଚିନ୍ତନ-୪
ସ୍ମୃତି ତୁମେ ମାତୃତ୍ଵ ପ୍ରେମକୁ ରଖିଥିଲ ବାନ୍ଧି ।
ସ୍ମୃତି ତୁମେ ପିତୃତ୍ୱ ମୋହରେ ହେଇଗଲ ଛନ୍ଦି ।।
ସ୍ମୃତି ତୁମେ ସ୍ନେହକୁ ଆଦରି ସଂସାର ଗଢିଲ ।
ସ୍ମୃତି ତୁମେ ବିଶ୍ଵାସ ହରାଇ ସମ୍ପର୍କ ଭାଙ୍ଗିଲ ।।
ସ୍ମୃତି ତୁମେ ସତ୍ୟର ସନ୍ଧାନ ଖୋଜିବାକୁ ଯାଇ ।
ସ୍ମୃତି ତୁମେ ମିଥ୍ୟାର ଆଶ୍ରୟ ନେଇଗଲ କାହିଁ ।।
... ସଂଗ୍ରାମ ମିଶ୍ର...
-
ସ୍ମୃତି;? ସ୍ମରଣ ବା ଚିନ୍ତନ-୩
ସ୍ମୃତି ତୁମେ ନିଃସ୍ୱାର୍ଥ ପ୍ରେମର ଜ୍ୱଳନ୍ତ ପ୍ରତୀକ ।
ସ୍ମୃତି ତୁମେ ସ୍ୱାର୍ଥରେ ଜଡ଼ିତ ଲମ୍ପଟ କାମୁକ ।।
ସ୍ମୃତି ତୁମେ ଦିବସ ଆଲୁଅର ଛାୟା ସଦୃଶ ।
ସ୍ମୃତି ତୁମେ ରାତ୍ରିର ଅନ୍ଧାରର କାୟା ନିଶ୍ଵାସ ।।
ସ୍ମୃତି ତୁମେ ଜୀବନ୍ତ ଆତ୍ମାର ଅବିଚ୍ଛେଦ୍ୟ ଅଙ୍ଗ ।
ସ୍ମୃତି ତୁମେ ମରଣ କାଳର ବ୍ୟବଚ୍ଛେଦ ଭଙ୍ଗ ।।
... ସଂଗ୍ରାମ ମିଶ୍ର...
-
ସ୍ମୃତି;? ସ୍ମରଣ ବା ଚିନ୍ତନ-୨
ସ୍ମୃତି ତୁମେ ବସନ୍ତର ମୃଦୁ ମଳୟ ପବନ ।
ସ୍ମୃତି ତୁମେ ବୈଶାଖରେ ଝାଞ୍ଜି ଖରାର ଦହନ ।।
ସ୍ମୃତି ତୁମେ ଆନନ୍ଦ ଆଶକ୍ତି ଆଚ୍ଛାଦିତ ମୋହ ।
ସ୍ମୃତି ତୁମେ ବିରହ ବେଦନା ଜର୍ଜରିତ କୋହ ।।
ସ୍ମୃତି ତୁମେ ଶୈଶବ ପ୍ରଖର ଝରଣାର ସ୍ରୋତ ।
ସ୍ମୃତି ତୁମେ ବାର୍ଦ୍ଧକ୍ୟ ସଂସାର ଜୀବନର ବ୍ରତ ।।
... ସଂଗ୍ରାମ ମିଶ୍ର...
-
ସ୍ମୃତି;?ସ୍ମରଣ ବା ଚିନ୍ତନ-୧
ସ୍ମୃତି ତୁମେ ସେଇ ଅତୀତର ଅକୁହା କଥା ।
ସ୍ମୃତି ତୁମେ ମୋର ବର୍ତ୍ତମାନର ନିରବତା ।।
ସ୍ମୃତି ତୁମେ ବିସ୍ତାର ସମୂଦ୍ର ଢେଉର ଲହରୀ ।
ସ୍ମୃତି ତୁମେ ବିଷାଦ ମନର ଯନ୍ତ୍ରଣା ଯେପରି ।।
ସ୍ମୃତି ତୁମେ ଦୂର ଆକାଶର ଆଲୋକିତ ଜହ୍ନ ।
ସ୍ମୃତି ତୁମେ ଓଦା ଧରିତ୍ରୀର କାଦୁଅର ଚିହ୍ନ ।।
... ସଂଗ୍ରାମ ମିଶ୍ର...
-
... କାର୍ତ୍ତିକ ପୂର୍ଣ୍ଣିମା...
ପଞ୍ଝୁକ ମୂରୁଜ ଧରମ ଦାଣ୍ଡରେ
ଦିଶୁଥାଏ ତାର ଶୋଭା ।।
ହବିଷ ଅନ୍ନର ଭୋଜନ ପରଷା
କରିଦିଏ ମନ ଲୋଭା ।୩।
... ସଂଗ୍ରାମ ମିଶ୍ର...
-
...କାର୍ତ୍ତିକ ପୂର୍ଣ୍ଣିମା...
ଧରମ ମାସରେ କରମ କଷଣେ
ଅରଜିଲ ଯେତେ ପୂଣ୍ୟ ।।
ବୋଇତ ବନ୍ଦାଇ ଜଳରେ ଭସାଇ
ଜୀବନକୁ କର ଧନ୍ୟ ।୧।
କାର୍ତ୍ତିକ ମାହାତ୍ମ୍ୟ ସଭିଁଏ ଜାଣନ୍ତି
ଓଡ଼ିଶାର ଏହି ପର୍ବ ।।
ସଭ୍ୟତା ସଂସ୍କୃତି ବାଣିଜ୍ୟ ଉନ୍ନତି
ଓଡ଼ିଆଙ୍କ ପାଇଁ ଗର୍ବ ।୨।
... ସଂଗ୍ରାମ ମିଶ୍ର ...
-
ମାତୃଦିବସରେ ମାଆକୁ ଜଣାଇ ସମ୍ମାନ !
ମାଆର ସବୁଗୁଣକୁ କରିବା ଜୟଗାନ !!
ସଂସାରର ସ୍ବାଦ ଚଖାଇଛି ଯିଏ !
ମାଆ ପରା ଅଟଇ ଆମରି ସିଏ !!
ଧରାପୃଷ୍ଠରେ ଆମକୁ ଜନମ ଦେଇଛି !
କଷ୍ଟ ଯନ୍ତ୍ରଣା ସବୁକୁ ନିଜେତ ସହିଛି !!
ସୁଝି ପାରିବ ଋଣ କିଏ ତାହାର !
ତାହା ପାଇଁ ଗଢା ଆମ ଏ ଶରୀର !!
ମାଆର ଆର୍ଶିବାଦ ସ୍ନେହକୁ ଆଦରି !
ଜୀବନ ସମୁଦ୍ରରେ ହୋଇଯିବା ପାରି !!
... ସଂଗ୍ରାମ ମିଶ୍ର ...-