ଜୀବନର ସବୁ ଶୁନ୍ୟତାକୁ
ପ୍ରଶ୍ନ କରେ ମୋ ଅଭିଶପ୍ତ ମନ
ଅନୁତପ୍ତ ନିଃଶବ୍ଦରେ ଖୋଜୁଥାଏ ସେହି ପ୍ରତିବିମ୍ବଟି କୁ
ଜାଣେନା ମୁଁ... ଜାଣିନି ମୁଁ... ଜାଣିବାକୁ ଚାହେଁନା ମୁଁ...
ସେହି ତତଲା ତାୱାରେ ସେକିହବା ସାଣ୍ଡଉଇଚ ପରି.।।-
1- Wo Lamhe...یاد آتی اے,
2- साथी साथ निभाना
3- बिते लम्हों की याद मे... read more
ମୋ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଯିଏ ନିଜ ଫର୍ଦରେ ରଙ୍ଗିନ କରି ଆଙ୍କି ଚାଲେ..
ଯାହାର ପ୍ରତିଟି ରାଗଋଷା..
ମାନ ଅଭିମାନ..ହସ-ଖୁସି ଓ ଭାବନାକୁ ନେଇ
ଶବ୍ଦରେ ପ୍ରଷ୍ପୁଟିତ କରେ..
ସେହି 'କଲମ' ହେଉଛୁ ତୁ !!-
ତୁମେ ମୋ ହୃଦୟ ର ସେହି ହତଭାଗା ଧାଡି..,
ମୁ ତୁମ ଶବ୍ଦରୁ ଝୁରୁଥିବା ସଂଜ୍ଞାହୀନ କବିତା..।।-
एक ख़्वाब था कि..
किताब में रखे मोरपंख बड़े हो जायेंगे,
बचपन गुजरा तो ये ख़्वाब भी टूट गया।-
ପ୍ରାଚୀ ନଭ ନବ କିଶଳୟ ତରୁ ବିମଣ୍ଡିତ ଚୁରାଗିବର ।
ତୃଷାତର୍ପଣ ସଚଳା ସଜଳା ଜଳ ଧାରା ବାୟବ୍ଯ ପ୍ରାଚିର।।
ଦିଗନ୍ତ ବିସ୍ତାରୀ ଶ୍ବେତରୌପ୍ଯ କ୍ଷେତ ଖ୍ଯାତ ବାରିରାଶି ଯାର ନାଁ ।
ଅନ୍ତିମଦିଶା ସୁଷମା ଶ୍ଯାମଳ ମଧ୍ୟେ ପ୍ରଜ୍ଜ୍ଵଳିତ 'ଚୁରାଗାଁ' ।।
ମୂଳାଷ୍ଟମୀ ଦିନେ ମାଧବୀ ଯୋଗେଶେ କୋଳ ବିମଣ୍ଡନେ ଉଲ୍ଲାସିତ ।
ନବ ରବି କର ଦିନ ସୁଚକ ବାଲ୍ଯକାଳୁ ତାହା ଉଦ୍ଭାସିତ ।।
କେ କେତେ ଗଲେଣି କେତେ ଯିବେ ଭବେ କେ ରଖିଅଛି ତାହା ଗଣି ।
ଅଭୁଲା ତୁମ କର୍ମ ରାଜି ଝଟକେ ତେଜୋଦୀପ୍ତ ସେହି (ଚୁରାଗାଁ) ଗ୍ରାମମଣି ।।
-
यादों से भागे फिरते हैं
पल युँ हि गुजरते रहते हैं
दिन तो फिर भी कट जाता है,
बस अन्धेरे में रोते फिरते हैं..।
खुद से कहना...
खुद ही सुनना...
खुद से ही समझते फिरते हैं,
लोग हैं ये कैसे कैसे
जो रोज़ बदलते रहते हैं.. ॥-
କହୁନି ମୁଁ ହାତରେ ହାତ ଛନ୍ଦି କିଛି ଦିନ ପାଇଁ ବାଟ ଚାଲ ବୋଲି
ମୋ ହାତରେ ହାତଗଣ୍ଠି ପକେଇ ସାରା ଜୀବନ ପାଇଁ ନିଜର କରି ପାରିବ ତ ??
କହୁନି ମୋତେ ଦାମୀ ଗୀଡିରେ ଘେରା ଘେରା ବୁଲାଅ ବୋଲି
ତୁମେ ଅଗ୍ନି ଚାରିପଟେ ମୋ ସହ ସାତ ଘେରା ବୁଲି ପାରିବ ତ ??-
ରାତିର ନିସ୍ତବ୍ଦତା ସହ ଛାତି ଭିତରେ କୋଉଠି ଗୋଟେ କାନ୍ଦଣାର କୋଳାହଳ ଶୁଭେ ଆଜି..
ଆଖିରେ ନିଦର ଆସ୍ତରଣ ନିତିଦିନ ପରି କୋଉଠି ହଜି ଯାଇଛି ସତେକି ଆଜି କୃଷ୍ନଚୁଡ଼ା ପରି ॥-
ଏଇ ଶୁଣ ନା..✍🏼
ଏଇ ଶୁଣ ନା..
ତୁମେ ଥରେ ସେ ଅଭିମାନୀ ସୂର୍ଯ୍ୟ ହୋଇ ତ ଦେଖ
ମୁଁ ସୂର୍ଯ୍ୟମୂଖୀଟିଏ ହୋଇ ତୁମ ସୁନେଲି କିରଣ ପାନ କରିବାରେ ତିଳେ ହେଲେ ହେଳା କରିବିନି..
ଏଇ ଶୁଣ ନା..
ତୁମେ ଥରେ ସେ ଶ୍ରାବଣର ବର୍ଷା ହୋଇ ତ ଦେଖ
ମୁଁ ମୟୂରଟିଏ ହୋଇ ପ୍ରତ୍ୟେକଟି ବର୍ଷାର ବିନ୍ଦୁକୁ ଉପଭୋଗ କରିବାରେ
ତିଳେ ହେଲେ ହେଳା କରିବିନି..
ଏଇ ଶୁଣ ନା..
ତୁମେ ଥରେ ସାଗରଟିଏ ହୋଇକି ତ ଦେଖ
ମୁଁ ତଟିନୀଟିଏ ହୋଇ ଲହୁ ପରି ତୁମ ଶରୀର ମଧ୍ୟରେ ମିଶିବାରେ ତିଳେ ହେଲେ ହେଳା କରିବିନି..
ଏଇ ଶୁଣ ନା..
ତୁମେ ଥରେ ମୋର ହୋଇକି ତ ଦେଖ
ଜୀବନର କଠିନ ମୁହୁର୍ତ୍ତରେ ପାଦରେ ପାଦ ମିଶେଇ ଚାଲିବାରେ ତିଳେ ହେଲେ ହେଳା କରିବିନି..-