18 JUL 2018 AT 15:17

ସେ କହୁ ଥିଲା ତାକୁ କାଳେ
ଏଇ ସବୁ ଭଲ ଲାଗୁନି
କହିଲା ଏଠି ବୋଉ ଆକଟ କରୁନି
ମୋ ଅଝଟ କେହି ଦେଖୁ ନାହାଁନ୍ତି
ଲୁହ ବି ପୋଛିବାକୁ କେହି ନାହିଁ
ବୁଢ଼ୀ ଅସୁରୁଣୀ ଆଉ କଂସା ମୁଣ୍ଡିଆ ଅସୁର କଥା ବି ନାହିଁ ।
ବାବା ସାଙ୍ଗରେ ବୁଲେଇବାକୁ ନେଉ ନାହାନ୍ତି
କେହି ଏଠି ବାଲି ଘର ଖେଳୁ ନାହାନ୍ତି
ଭଲ ହେଇଛି ମୁଁ ଏଠି ନାହିଁ
ମୋ ପାଖରେ ଏଇ ସବୁ ଅଛି
ତୋ ପାଖରେ ନାହିଁ କହି
ହସି ହସି କୁଆଡେ ହଜି ଗଲା ।

#ମୁଁ_ଆଉ_ମୋ_ପିଲାଦିନ

- Bishnupriya