Binesh Samal   (©A Short Note-by Binesh)
3.3k Followers · 188 Following

read more
Joined 6 October 2018


read more
Joined 6 October 2018
17 MAR AT 14:58

ଜାଣି ହେଲାନି
କେବେ ଗାଁ ସବୁ ସହର ପାଲଟିଗଲେ
ଆଉ ମନ ସବୁ ଏକ ଏକ ମାଇଲ ଖୁଣ୍ଟ!

- ବିନେଶ

-


10 MAR AT 21:27


ଦିନ ଦିନ ଧରି ସର ମା ମାଟି କାନ୍ଥରେ
ଆଉଜି ହୋଇ ବତୁରୁନି ଖରାଦିନ!
ଖରାଦିନ ମାନ ଏବେ ଖୁବ୍ ବ୍ୟସ୍ତ
ସର ମା ଚାଳ ଦେଇ ଉଡ଼ିଯାଆନ୍ତି
ଉତୁରା କ୍ଷୀର'ର ପୋଡ଼ା ବାସ୍ନା ଭଳି
ରହିଯାଏ ତା ବତୁରା ଆହା ପଦ କେଇ ହଳ
ଠଣାରେ, ଉଲୁଗୁଣିରେ ଅବା ସିକାରେ।

© ବିନେଶ ସାମଲ

-


29 JAN AT 1:37

-


4 JAN AT 0:30

ପତ୍ର ଟିଏ..

ଦିନେ ସଞ୍ଜରେ ସେଇ ପତ୍ରଟି ଝଡ଼ିଯିବ
ଦେଖି ପାରିବେନି କେହି
ଉଡ଼ିଯିବ ଦୂରକୁ ବହୁ ଦୂରକୁ..
ମୁଁ ବି ତ ବ୍ୟସ୍ତ ଥିବି ମଧୁମାସର ସହରରେ
କବିଙ୍କ ମେଳରେ,
ଝଡ଼ି ଯାଇଥିବା ପତ୍ର ମାନଙ୍କ ସନ୍ଦର୍ଭରେ
ହେଉଥିବା କବିତା ଆସରରେ।

- ବିନେଶ ସାମଲ

-


10 NOV 2023 AT 20:16

-


8 AUG 2023 AT 12:48

-


23 JUL 2023 AT 2:00

-


23 JUL 2023 AT 1:23

ମେଘଫୁଲ
°°°
କଥା ସବୁ ରଖିଥାଅ ଶ୍ରାବଣେ କହିବ
ଆଷାଢ଼ରେ ମେଘ ନାହିଁ,
ଲୁଚିଥିବା ଲୁହ କାଳେ କିଏ ଦେଖିଦେଵ।

ଝରକା ଫାଙ୍କରୁ ଦେଖ ସେଇ ପ୍ରଜାପତି
ଉଡ଼ିନାହିଁ ବିଗତ ଋତୁରୁ,
ଆଉ କିଏ କାଳେ ଆସି ରଙ୍ଗ ମାଖିଦେବ।

ଅମାନିଆ ପକ୍ଷୀ ଭଳି ପ୍ରତ୍ୟୁତ୍ତର ଚିଠି
ଉଡାଣ ଭରିଛି ଆଜି,
ତୁମ ଆକାଶ ଠିକଣା ଠିକ୍ ଲେଖିଥିବ।

ଏ ମନର ପ୍ରତୀଚୀରେ ରଙ୍ଗ ଆଉ କାହିଁ
ଆଜି ଅସ୍ତରାଗ ପାଇଁ,
ତୁମ ସ୍କେଚବୁକ୍ ପୃଷ୍ଠା ଖୋଲା ରଖିଥିବ।

କୁହ ତୁମ ନିଦ କେବେ ସାଜିବ ବଇରୀ
ତନ୍ଦ୍ରାହତ ରାତି ପାଇଁ,
ମୋ ଅନ୍ଧାର ଦୀର୍ଘଶ୍ବାସ ଜହ୍ନ ଫୁଙ୍କିଦେବ।

ଚାଲ ଏବେ ଲେଖିଦିଅ ତୁମ ସପ୍ତମ ଋତୁକୁ
ଏ ଦେହ ରିକ୍ତ ମାଟିରେ,
ପ୍ରେମ ଆଶାବରୀ 'ମେଘଫୁଲ' ସାଜି ଫୁଟିଯିବ।

°°°
© ବିନେଶ ସାମଲ

-


8 JUN 2023 AT 20:49


ଆସିନି ଉଆଁସ ହେଲେ ମରିଗଲା କଷି ଜହ୍ନ ଟିଏ
ଝଡ଼ ତ ସମୁଦ୍ରରେ ଥିଲା, ଏଠି ଘର ଭାଙ୍ଗିଦେଲା କିଏ!
ଆସ ନାହିଁ ହେଃ ଈଶ୍ୱର,ଏ ରାସ୍ତା ସବୁ ଗଳିତ ଫୁଲର
ଲୁହ ସବୁ 'ବାହାନଗା' ମୁହାଁ, ଏବେ ତୁମ ପାଦ ପଖାଳିବ କିଏ!

- ବିନେଶ ସାମଲ

-


2 JUN 2023 AT 23:43


ଆସ ଇନ୍ଦ୍ର..
ତୋଳି ନିଅ ଏ ଶାଖାରୁ
ଯେତେ ସବୁ ରଜସ୍ଵଳା କିଶଳୟ
ଆସନ୍ନପ୍ରସବା ହେଉ ତୁମ ଅମରାବତୀ
ହଜିଯାଉ ତୁମ ସ୍ବର୍ଗର ବନ୍ଧ୍ୟାତ୍ୱ

ଏଇ ମର୍ତ୍ତ୍ୟ ଏବେ ଫୁଲ ପ୍ରିୟ ନୁହେଁ ଯେ
ବିକ୍ଷୋଭ ହେବ, ହେ ସତ୍ତାଧୀଶ..

-


Fetching Binesh Samal Quotes