ପ୍ରଶ୍ନ ତାଲିକା ରେ ତୁମ ନାଁ,,
ଆଉ ଉତ୍ତର ରେ ତୁମକୁ ଉତ୍ତାରି ଦେବାର ଆବେଗ_
ହୁଏତ ଆଉ ନାହିଁ....
ମୋ ସହ ସମୟ ବି ସ୍ତବ୍ଧ ହୋଇ ରହି ଯାଏ,,
ଶିଥିଳ ହୋଇ ଉଠେ ହାତ ପାପୁଲି କଲମ ଧରିଲେ ।।
ତୁମକୁ ପାସୋରି ଦେବାର ଦୁଃଖ କୁ ପାସୋରିବା ର ଚେଷ୍ଟା
ମତେ ତୁମ ପାଖକୁ ଡାକି ନିଏ ସତ,,
ହେଲେ ତୁମକୁ ପାଖରେ ପାଇ ହୃଦୟ ର ଗତି ତୀବ୍ର ହେବାର ସମୟ_
ହୁଏତ ଆଉ ନାହିଁ....
ମଳିନ ଦିଶେ ଦିଗବଳୟ ଟା,,
ତଥାପି ମୁଁ ଚାହିଁ ରହେ ନିରନ୍ତର ସେଇ ସୀମାନ୍ତ କୁ ।।
ନାଁ !!!
ମୁଁ ଆଉ ଖୋଜେନୀ ଜନ୍ହ ରେ ତୁମ ପ୍ରତିବିମ୍ବ ।।
ମୁଁ ଅପେକ୍ଷା କରେ ଗୋଟେ ଅମାବାସ୍ୟା କୁ_
ତୁମ ଯୋଛନା ରେ ନିଜର ଅସ୍ତିତ୍ବ କୁ ହଜାଇ ଦେବାର ସମୟ,,
ହୁଏତ ଆଉ ନାହିଁ.....
-